ବରଗଡ଼ରେ କିନ୍ନରଙ୍କ ଦୌରାତ୍ମ୍ୟ, ଆକ୍ରମଣରେ ପୋଲିସ ଲହୁଲୁହାଣ

Published By : Prameya-News7 Bureau | May 25, 2025 IST

ବରଗଡ଼ : ବରଗଡ଼ରେ କିନ୍ନରଙ୍କ ଦୌରାତ୍ମ୍ୟ । ପୋଲିସକୁ କଲେ ଆକ୍ରମଣ । ଲହୁଲୁହାଣ ହେଲା ପୋଲିସ । ବରଗଡ଼ ଗାନ୍ଧୀ ଛକରେ ଗାଡ଼ି ଭିତରୁ ଟ୍ରାଫିକ ଇନ୍ସପେକ୍ଟରକୁ ଟାଣି ଆଣି ମାଡ ମାରିଲେ । ସବୁ ଛକରେ ଟ୍ରାଫିକ ରେଡ୍ ଲାଇଟ୍ ପଡ଼ିଲେ କିନ୍ନର ମାନେ ଲୋକଙ୍କୁ ପଇସା ମାଗୁଥିଲେ ଗ୍ରୀନ୍ ଲାଇଟ୍ ଜଳିବା ପରେ ମଧ୍ୟ ଲୋକଙ୍କୁ ଅଟକାଇ ହଇରାଣ କରୁଥିଲେ । ଏହାକୁ ନେଇ କିନ୍ନରଙ୍କୁ ଟ୍ରାଫିକ ପୋଲିସ ପ୍ରତିବାଦ କରିଥିଲା । ଫଳରେ କିନ୍ନର ମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଦୀର୍ଘ ସମୟ ଧରି ବିଚ୍ ରାସ୍ତା ଉପରେ ଚାଲିଥିଲା ହାଇଡ୍ରାମା । ପରେ ମହିଳା ପୋଲିସ ଆସି କିନ୍ନରଙ୍କୁ ଉଠାଇ ନେଇଛନ୍ତି । କିନ୍ନରଙ୍କ ମାଡ଼ରେ ଆହତ ଟ୍ରାଫିକ୍ ପୋଲିସ ଇନ୍‌ଚାର୍ଜ ମଙ୍ଗଳ କିସ୍କୋ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । 

You Can Read:

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିପାରିଲାନି ମୃତଦେହ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.