ମୋ ଭୁଲ୍ ପାଇଁ ବିରାଟ ଏବଂ ରୋହିତ... : 'ରୋ-କୋ'ଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଗମ୍ଭୀର

NEWS7
police-got-big-success-in-baba-siddiqui-murder-case

ନୂଆଦିଲ୍ଲୀ, ୧୭ /୦୩:ଟେଷ୍ଟ୍ କ୍ରିକେଟ ଖେଳୁ ନାହାନ୍ତି ବିରାଟ କୋହଲି ଏବଂ ରୋହିତ ଶର୍ମା । ଟି୨୦ଫର୍ମାଟରୁ ମଧ୍ୟ ନେଇଛନ୍ତି ଅବସର । ଏସବୁ ପଛରେ କୋଚ୍ ଗୌତମ ଗମ୍ଭୀରଙ୍କ ହାତ ଥିବା ଫ୍ୟାନ୍ସମାନେ କହିଥାନ୍ତି । ଅନେକ ସମୟରେ ପଡିଆରେ କୋହଲି ଏବଂ ଗମ୍ଭୀରଙ୍କମଧ୍ୟରେ ଭଲ ସମ୍ପର୍କ ନଥିବା ସଙ୍କେତ ମିଳେ । ତେବେ ଏସବୁକୁ ନେଇଉଠୁଥିବାସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି କୋଚ୍ ଗୌତମ ଗମ୍ଭୀର ।

​​​​​​​ଏହି ଖବରଟି ପଢନ୍ତୁ... ଯାତ୍ରୀବାହୀ ବସ୍ ଦୁର୍ଘଟଣା, ପଛକୁ ପଛ ପିଟି ହେଲା ତିନୋଟି ଗାଡ଼ି

ସେ କହିଛନ୍ତି ଯେ, ବୋଧହୁଏ କୋହଲି ଏବଂ ରୋହିତଙ୍କ ସହ ଭଲ ସମ୍ପର୍କ ପ୍ରତିଷ୍ଠା କରିବା ଦିଗରେ ସେ ସେତେଟା ସଫଳ ହୋଇ ନାହାଁନ୍ତି । ତେବେ ସେ ସିଧାସଳଖ ରୋ-କୋଙ୍କ ସହ ଖରାପ ସମ୍ପର୍କ ଥିବା ସ୍ପଷ୍ଟ କରିନଥିଲେ ମଧ୍ୟ ସେପରି କିଛି ସଙ୍କେତ ଦେଇଛନ୍ତି । ଆହୁରି ମଧ୍ୟ ସେ ଜଣେ ମଣିଷ । ବେଳେବେଳେ ଭୁଲ ହୋଇଯାଏ । କିନ୍ତୁ ସଠିକ୍ ଭାବେ ନିଷ୍ପତ୍ତି ନେଲେ ମଧ୍ୟ କିଛି ଭୁଲ୍ ଫଳାଫଳ ମିଳିଥାଏ ବୋଲି କୋଚ୍ କହିଛନ୍ତି ।

ଗମ୍ଭୀରଙ୍କୁ କିଛି ବ୍ୟକ୍ତି କୋଚ୍ ଏବଂ ସିନିଅର୍ ପ୍ଲେୟାରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିବାକୁ ଚାହୁଁଛନ୍ତି କି ବୋଲି ପଚରା ଯାଇଥିଲା । ଯାହାର ଉତ୍ତରରେ ସେ କହିଛନ୍ତି, ଅନେକ ସମୟରେ ସେ ଅଜାଣତରେ କିଛି ଭୁଲ କରିଦିଅନ୍ତି । ଏହା ସାଧାରଣ କଥା । ଗତ୧୮ମାସରେ ମୁଁ କିଛି ଭୁଲ୍ କରିଛି । ଏହା କହିବାକୁ ସେ କୁଣ୍ଠାବୋଧ କରୁ ନାହାଁନ୍ତି । ତେବେ ଭଲ ବିଚାର ରଖି ଭୁଲ୍ ନିଷ୍ପତ୍ତି ନେବା ଠିକ୍ ବୋଲି ସେ ସଦାବେଳେ ଭାବିଥାନ୍ତି । କିନ୍ତୁ ଭୁଲ୍ ବିଚାର ସହ ଭୁଲ୍ ନିଷ୍ପତ୍ତି ଡ୍ରେସିଂ ରୁମର ମାହୋଲକୁ ଖରାପ କରିଥାଏ ।

ଗୌତମ ଆହୁରି କହିଛନ୍ତି ଯେ, ସେ ସଚ୍ଚୋଟଭାବେ ସବୁ କିଛି କରୁଛନ୍ତି । ଡ୍ରେସିଂ ରୁମରେ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖୁଛନ୍ତି । ସୋସିଆଲ ମିଡିଆରେ ଯାହା ସବୁ ବୁଲୁଛି ସେନେଇ ସ୍ପଷ୍ଟୀକରଣ ଦେବାକୁ ସେ ବାଧ୍ୟ ନୁହେଁ ।

ସୂଚନାଯୋଗ୍ୟ, ବର୍ଡର ଗାଭାସ୍କର ଟ୍ରଫି ପରେ ହଠାତ ରୋହିତ ଶର୍ମା ଏବଂ ବିରାଟ ଟେଷ୍ଟ୍ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଯାହା ପଛରେ ଗମ୍ଭୀରଙ୍କ ହାତ ଥିବା ଚର୍ଚ୍ଚା ହେଉଛି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ମଧ୍ୟ ଫ୍ୟାନ୍ସମାନେ ଏଥିପାଇଁ ଦାୟୀ କରୁଛନ୍ତି ।