ପୋଲିସ ଫୋର୍ସ, ଅବକାରୀ ବିଭାଗ ରହିଛି, ନିଶା ରୋକିବା ପାଇଁ ଏହା ଯଥେଷ୍ଟ ନୁହେଁ: ମନ୍ତ୍ରୀ

Published By : Prameya-News7 Bureau | June 26, 2025 IST

Nityananda Gond

ଭୁବନେଶ୍ଵର: ନିଶାଦ୍ରବ୍ୟ ଦୁରୂପଯୋଗ ଏବଂ ବେଆଇନ ଚୋରାଚାଲାଣ ବିରୋଧୀ ଆନ୍ତର୍ଜାତୀୟ ଦିବସରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ କର୍ମଶାଳା । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନଷ୍ଠିତ ହୋଇଛି କର୍ମଶାଳା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । 

ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ନିଶା ଦ୍ରବ୍ୟ ବ୍ୟବହାର ଯୋଗୁଁ କ୍ଷତି ହେଉଛି । ସୁସ୍ଥ ସମାଜ ଗଠନ ପାଇଁ ଏହାର ନିବାରଣ ଆବଶ୍ୟକ । ନିଶା ସେବନ ଦ୍ୱାରା ପରିବାର ନଷ୍ଟ ହେଉଛି, ନିଶା ସେବନ ପାଇଁ ଜନ ଜାଗରଣ ଆବଶ୍ୟକ । ମୁଁ ଆଦିବାସୀ ସମାଜରୁ ଆସିଛି । ଛୋଟ ବେଳେ ଦେଖିଛି ଅନେକ ଲୋକ ନିଶା ସେବନ କରି ଶିକ୍ଷା ଓ କୌଣସି ବିଷୟରେ ଅବଗତ ନାହାନ୍ତି । ଅଶାନ୍ତି ସୃଷ୍ଟି କରନ୍ତି, ସମୟ ସମୟରେ ମର୍ଡର କରନ୍ତି । ଛୋଟ ବେଳେ ଆମେ କେମିତି ବଞ୍ଚି ଯାଇଛୁ । ଆଦିବାସୀ ସମାଜରେ ମଦକୁ ଅତିଥି ସତ୍କାର ରେ ବ୍ୟବହାର କରନ୍ତି । 

Also read: ପୁଣି ଯାତ୍ରା ବିବାଦ, ସିଂହବାହିନୀ ମାଲିକଙ୍କ ଉପରେ ବର୍ଷିଲେ ତୁଳସୀ ଗଣନାଟ୍ୟ ମାଲିକ

ସେ କହିଛନ୍ତି, କଲେଜରେ ପାଠ ପଢିଲା ବେଳେ ଆଦିବାସୀ ସାହିରେ ରହିଛି, ସମସ୍ତଙ୍କ ଘରେ ମଦ ରନ୍ଧା ହୁଏ । ସେତବେଳେ ନିଶା ନିବାରଣ ପାଇଁ କାମ କରିଛି । ପୋଲିସ ଫୋର୍ସ, ଅବକାରୀ ବିଭାଗ ରହିଛି ତା ସତ୍ତ୍ବେ ବି ଏସବୁ ନିଶା ରୋକିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ନିଶା ଦ୍ରବ୍ୟର ବ୍ୟବହାର ରାଜନୀତିରେ ହୁଏ ମତେ ବି କଷ୍ଟ ଲାଗେ । ନିର୍ବାଚନ ସମୟରେ ଏସବୁ ହୁଏ  । ଆଦିବାସୀ ସମାଜରେ ନିଶା ସେବନରେ ଅଳ୍ପ ସମୟରେ ମୃତ୍ୟୁ ହୋଇଛି । ସଚେତନ କଲେ ସମାଜ ପରିବର୍ତ୍ତନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.