ପଟ୍ଟାମୁଣ୍ଡାଇ ୨୬।୭: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଡାଙ୍ଗମାଳ ନାଗା ନାରାୟଣ ହାଇସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ଶିକ୍ଷକଙ୍କୁ ସ୍କୁଲ ପରିସରରୁ ଉଠାଇନେଲା ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ।
ଶିକ୍ଷକଙ୍କ ବିରୁଦ୍ଧରେ ପ୍ରଧାନ ଶିକ୍ଷକଙ୍କ ନିକଟରେ ୧୭ ଜଣ ଛାତ୍ରୀ ଲିଖିତ ଅଭିଯୋଗ ଦେଇଛନ୍ତି । ସପ୍ତମ ଶ୍ରେଣୀର ୭ଜଣ ଓ ୧୦ମ ଶ୍ରେଣୀର ୧୦ଜଣ ଛାତ୍ରୀ ଅଭିଯୋଗ କରିଛନ୍ତି । ପ୍ରଧାନ ଶିକ୍ଷକଙ୍କ ନିକଟରେ ଛାତ୍ରୀମାନେ ଅଭିଯୋଗ କଲା ପରେ ପ୍ରଧାନ ଶିକ୍ଷକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ଉଠାଇ ନେବା ସହିତ ଅଧିକ ତଦନ୍ତ ଜାରି ରଖିଛି ।
You Can Read: