ବିଜୁ ବାବୁଙ୍କ ଅନେକ ସ୍ୱପ୍ନ ଆଜି ବି ଅଧୁରା, ଆମ ସରକାର ତାକୁ ପୂରଣ କରିବ- ମୁଖ୍ୟମନ୍ତ୍ରୀ

NEWS7
police-come-to-know-that-psycho-killer-is-in-cuttack

ଭୁବନେଶ୍ୱର ୦୫।୦୩ : ବିଜୁ ବାବୁଙ୍କର ଅନେକ ସ୍ୱପ୍ନ ଆଜି ବି ଅଧୁରା । ଆମ ସରକାର ତାଙ୍କ ସ୍ୱପ୍ନ ପୂରଣ କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

 

ଗୁରୁବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ବାବୁଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତାଙ୍କ ଜୀବନ ଥିଲା ସଙ୍ଘର୍ଷ ପୂର୍ଣ୍ଣ। ସମ୍ମାନ ଓ ସ୍ୱାଭିମାନ ସହିତ ସାଲିସ କରିନଥିଲେ। ସେବା ସହିତ ବିକାଶକୁ ପ୍ରାଥମିକତା ଦେଇ ଆସିଥିଲେ। ବିଜୁ ବାବୁ ଅନେକ ସ୍ୱପ୍ନ ଦେଖଛନ୍ତି । ଯାହା ଆଜି ବି ଅଧୁରା ରହିଛି। ଆମ ସରକାର ତାଙ୍କ ସ୍ୱପ୍ନକୁ ପୂରଣ କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି ।