ବୌଦ୍ଧ: ବୌଦ୍ଧ ସହର ରାଜନପାଲି ରାସ୍ତା ଦେଇ ବାଇକରେ ସ୍ବାମୀ ସ୍ତ୍ରୀ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମାଡ଼ି ବସିଲା ଆଦର୍ଶ ଥାନା ପୋଲିସ । ସ୍ଵାମୀ ସ୍ତ୍ରୀଙ୍କ ସମେତ ୭ ଜଣ ଅଭିଯୁକ୍ତ ଗିରଫ। ଦୁଇଟି ବାଇକରୁ ୭୦ କେଜି ଗଞ୍ଜେଇ ଜବତ ହୋଇଛି। ସହରର ରାଜନପାଲି ଅଞ୍ଚଳରୁ ଗଞ୍ଜେଇ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ପଶ୍ଚିମବଙ୍ଗ ଓ ଅନ୍ୟ ୫ ଜଣ ବୌଦ୍ଧ ଜିଲ୍ଲାର ।
ସୂଚନା ଅନୁଯାୟୀ ବୌଦ୍ଧ ସହର ଅନ୍ତର୍ଗତ ରାଜନପାଲି ରଜା ବନ୍ଧ ନିକଟରେ ଗଞ୍ଜେଇ ଚାଲାଣ ପ୍ରସ୍ତୁତି ଚାଲିଥିବା ବେଳେ ଦୁଇଟି ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସର ଏକ ଟିମ ଚଢାଉ କରିଥିଲା । ରାଜନପାଲି ନିକଟରୁ ୭୦ କେଜି ଗଞ୍ଜେଇ ଜବତ କରିବା ସହ ଘଟଣାସ୍ଥଳରୁ ୨ ଗୋଟି ବାଇକ ସହ ସ୍ବାମୀ ସ୍ତ୍ରୀ ଙ୍କ ସମେତ ୭ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି।
ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ପଶ୍ଚିମବଙ୍ଗର ରୋଥିନ ସରଦାର ଓ ସୁରଜିତ ନସକାର ଏବଂ ୫ ଜଣ ବୌଦ୍ଧ ଜିଲ୍ଲା ନୁଆପାଲି ଗ୍ରାମର ରୋହିତ ବିଶି, ଏରେଡା ଗ୍ରାମର ଦିବ୍ୟାଲୋଚନ ପ୍ରଧାନ, ଗଣେଶ ପ୍ରଧାନ, ଆନନ୍ଦପୁର ଗ୍ରାମର ମଳୟ ବେହେରା ଓ ତାଙ୍କ ସ୍ତ୍ରୀ ସାବିତ୍ରୀ ମାଝୀ । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମୁନି ସୂଚନା ଦେଇଛନ୍ତି।