ପୋଲିସ ପଞ୍ଝାରେ ଡକାୟତ ଗ୍ୟାଙ୍ଗ, ତିନି ଜଣକୁ ଗିରଫ ସହ ବିପୁଳ ମାରଣାସ୍ତ୍ର ଜବତ

Published By : Prameya-News7 Bureau | May 22, 2025 IST

ପୁରୀ: ଅନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗକୁ କାବୁ କଲା ସୋନପୁର ପୋଲିସ । ଏମାନେ ବାହାର ରାଜ୍ୟରୁ ଏଠାରେ ଡକାୟତି କରିବା ସହ ଗଞ୍ଜେଇ ବେପାର ଲିପ୍ତ ଥିଲେ। ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରିବା ସହ କରୁଥିଲେ ଲୁଟ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ। 

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ତେଲନଦୀ ରିଙ୍ଗରୋଡରେ କିଛି ଲୋକ ଡକାୟତି ଯୋଜନା କରୁଥିବା ଖବର ପାଇ ଚଢ଼ାଉ କରିଥିଲା ସୋନପୁର ପୋଲିସ। ଏହି ସମୟରେ ପୋଲିସକୁ ଦେଖି ସେମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କଲାବେଳେ ପୋଲିସ ଟିମ ତିନି ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।

ସେମାନଙ୍କ ଠାରୁ ଗୋଟିଏ ମାଉଜର ସହ ଦୁଇଟି ମାଗାଜିନ୍, ଦୁଇଟି ଅଫୁଟା ଗୁଳି, ଖଣ୍ଡା, ଲଙ୍କା ଗୁଣ୍ଡ, ଲୁହା ଛଡ଼, ଠେଙ୍ଗା, ହକି ଷ୍ଟିକ୍ ଆଦି ଜବତ ହୋଇଛି।  ତେବେ ଗିରଫ ପରେ ତିନି ଜଣକୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଏମାନେ ଗଞ୍ଜେଇ ଚୋରାଚାଲାଣରେ ମଧ୍ୟ ସଂପୃକ୍ତ ଥିବା ଜାଣିବାକୁ ପାଇଛି ପୋଲିସ। ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.