ପୁରୀ ୯।୫: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆଲର୍ଟରେ ପୁରୀ ସହର । ପୁରୀ ପୋଲିସ ପକ୍ଷରୁ ଶ୍ରୀମନ୍ଦିର ସମେତ ରେଲୱେ ଷ୍ଟେସନ, ସମୁଦ୍ରକୂଳ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷକରି ଶ୍ରୀମନ୍ଦିର ଭିତରେ, ବାହାରେ ସୁରକ୍ଷା ବ୍ୟବସ୍ଥାରେ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ଆସୁଥିବା ଭକ୍ତ ମାନଙ୍କୁ କଡ଼ା ଚେକିଂ କରାଯିବା ସହ ଚତୁଃପାର୍ଶ୍ଵରେ ବନ୍ଧୁକରଧାରୀ ପୋଲିସ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଅଛନ୍ତି । ସମସ୍ତ ମେରାଇନ ଥାନା ଗୁଡ଼ିକ ମଧ୍ୟ ଆଲର୍ଟରେ ଅଛନ୍ତି । ବିଭିନ୍ନ ହୋଟେଲ, ଲଜିଂ, ଧର୍ମଶାଳା ଓ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ପୋଲିସ ପକ୍ଷରୁ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ପୁରୀର ପ୍ରମୁଖ ପ୍ରବେଶ ପଥ ଗୁଡ଼ିକରେ ପୋଲିସ ପକ୍ଷରୁ ନାକା ଲଗାଯାଇ ଗାଡ଼ି ଗୁଡ଼ିକୁ ଚେକିଂ କରାଯାଉଛି । ଭକ୍ତ, ପର୍ଯ୍ୟଟକ ଓ ପୁରୀବାସୀ ଭୟଭୀତ ନହେବା ପାଇଁ ପୁରୀ ଏସ୍ପି ବିନୀତ ଅଗ୍ରୱାଲ ଅପିଲ୍ କରିଛନ୍ତି ।
You Can Read:
୨୦୩୬ ବେଳକୁ ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି, କୋଟିଏ ପାର ହୋଇଥିବ ନିଯୁକ୍ତି ସୁଯୋଗ : ମୁଖ୍ୟମନ୍ତ୍ରୀ