ନୂଆଦିଲ୍ଲୀ: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ୍ଙ୍କୁ ସାକ୍ଷାତ୍କାର ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ବିଷୟରେ ନିଜର ମତ ରଖିଛନ୍ତି। ଋଷ-ୟୁକ୍ରେନ୍ ଯୁଦ୍ଧ ଠାରୁ ଆରମ୍ଭ କରି ଚୀନ ସହିତ ଭରତର ହିଂସକ ସଂଘର୍ଷ ପର୍ଯ୍ୟନ୍ତ ସବୁ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ରବିବାର ଏହି ପଡକାଷ୍ଟ ୟୁଟ୍ୟୁବ୍ରେ ରିଲିଜ୍ ହୋଇଛି।
ଏହି ଇଣ୍ଟରଭ୍ୟୁରେ ଫ୍ରିଡ୍ମ୍ୟାନ୍ ପାକିସ୍ତାନ କଥା ମଧ୍ୟ ଉଠାଇଛନ୍ତି। ଫ୍ରିଡମ୍ୟାନ୍ ପଚାରିଛନ୍ତି ଜଣେ ଶାନ୍ତି ପ୍ରତିଷ୍ଠାତା ଭାବରେ ଭବିଷ୍ୟତରେ ଭାରତ ଓ ପାକିସ୍ତାନ ମଧ୍ୟରେ କିଭଳି ଭଲ ସମ୍ପର୍କ ରହିପାରିବ ବୋଲି ଆପଣ ଭାବୁଛନ୍ତି।
ଉତ୍ତରରେ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ସମସ୍ତେ ସ୍ୱାଧନତାର ଲଢ଼େଇ ଲଢ଼ିଥିଲେ। ହେଲେ ଦେଶର ବିଭାଜନ ହୋଇଗଲା। ମୁସଲମାନଙ୍କୁ ସେମାନଙ୍କ ଦେଶ ଦିଆଗଲା। ଛାତିରେ ପଥର ରଖି ଭାରତୀୟ ଲୋକ ଏହି ବିଭାଜନ ସହିଥିଲେ। ହେଲେ ତଥାପି ହଣାକଟା ଚାଲିଲା। ପାକିସ୍ତାନ ଟ୍ରେନ ଫୁଲ ହୋଇ ଶବ ଆସିଥିଲା। ବଡ଼ ଭୟଙ୍କର ଦୃଶ୍ୟ ଥିଲା। ସେମାନଙ୍କୁ ତାଙ୍କ ଦେଶ ମିଳିଯିବା ପରେ ସେମାନେ ଭାରତକୁ ଧନ୍ୟବାଦ ଦେଇ ଶାନ୍ତିର ରହିବା କଥା। ହେଲେ ତା ବଦଳରେ ସେମାନେ ଲଗାତର ଭାରତ ସହିତ ସଂଘର୍ଷର ରାସ୍ତା ବାଛିଲେ। ବର୍ତ୍ତମାନ ପ୍ରକ୍ସି ୱାର ଚାଲିଛି।
ପଢନ୍ତୁ- ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ୍କାର ନେବା ପୂର୍ବରୁ ଦୁଇ ଦିନ ଓପବାସ କଲେ ଆମେରିକୀୟ ପଡକାଷ୍ଟର
ମୋଦୀ ଆହୁର କହିଥିଲେ ଯେ ପାକିସ୍ତାନ ଆତଙ୍କବାଦୀ ରପ୍ତାନୀ କରୁଛି। ଏହା କେବଳ ଆମ ସହିତ ନୁହେଁ, ବିଶ୍ୱରେ ଯେ କୌଣସି ସ୍ଥାନରେ ଆତଙ୍କବାଦୀ ଘଟଣା ଘଟୁଛି, ତା’ର ସୂତ୍ରଧର ପାକିସ୍ତାନ ସହିତ ଜଡ଼ିତ ହେଉଛି। ଆମେରିକାରେ ୯/୧୧ ଘଟଣାର ମୁଖ୍ୟ ସୂତ୍ର ଧର ଲାଡେନ ବି ପାକିସ୍ତାନରେ ହିଁ ଶରଣ ନେଇଥିଲା। ତେଣୁ ସାରା ବିଶ୍ୱ ଜାଣିଗଲାଣି ଯେ ଏଭଳି ଆତଙ୍କବାଦୀ ମାନସିକତା ପାକିସ୍ତାନରେ ରହିଛି। ପାକିସ୍ତାନର ବର୍ତ୍ତମାନ ସାରା ବିଶ୍ୱପାଇଁ ଟେନ୍ସନର କାରଣ ହେଲାଣି। ଆତଙ୍କବାଦରେ କାହାର ଭଲ ହେବନି।
ପାକିସ୍ତାନ ସହିତ ଶାନ୍ତି ପ୍ରୟାସ ନେଇ ମୋଦୀ କହିଛନ୍ତି ଯେ ଶାନ୍ତି ପ୍ରତିଷ୍ଠା ପାଇଁ ମୁଁ ନିଜେ ଲାହୋର ଯାଇଥିଲି। ମୋ ଶପଥ ଗ୍ରହଣ ଉତ୍ସବରେ ପାକିସ୍ତାନକୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ ବି ଦେଇଥିଲି। ଫଳରେ ଏକ ଶୁଭ ଆରମ୍ଭ ହେଉ। ହେଲେ ପରିମାଣ ଖରାପ ହେଲା। ମୁଁ ଆଶା କରୁଛି ସେମାନଙ୍କୁ ସଦବୁଦ୍ଧି ମିଳୁ। ପାକିସ୍ତାନର ଲୋକେ ବି ଏଥିରେ ଖୁସି ନାହାନ୍ତି ବୋଲି ମୋଦୀ କହିଥିଲେ।
ପଢନ୍ତୁ- ଚୀନ ସହ ସମ୍ପର୍କ ସୁଧାରିବା ନେଇ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ବୟାନ
ଏହାପରେ ଫ୍ରିଡ୍ମ୍ୟାନ୍ ପୁଣିଥରେ ପଚାରିଥିଲେ ଯେ ପାକିସ୍ତାନ ସହିତ ଶାନ୍ତି ପ୍ରତିଷ୍ଠା ପାଇଁ ଆପଣ ପୂର୍ବରୁ ଯେଉଁ ପ୍ରୟାସ କରିଥିଲେ ସେହି ସ୍ମୃତି କହିପାରିବେ କି ଯାହା ଆଗକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାରେ ବାଟ କଢ଼େଇ ନେବ।। ଉତ୍ତରରେ ମୋଦୀ କହିଥିଲେ ଯେ ପ୍ରଥମ କଥା ହେଲା ସମ୍ପର୍କ ସୁଧାରିବା ପାଇଁ ମୁଁ ଶପଥଗ୍ରହଣ ଉତ୍ସବରେ ପାକିସ୍ତାନକୁ ନିମନ୍ତ୍ରଣ କରିଥିଲି। ଏହାସବୁଠାରୁ ବଡ଼ କଥା ଥିଲା। ହେଲେ ପରିମାଣ ସଠିକ୍ ହେଲାନି।