ନୂଆଦିଲ୍ଲୀ : ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ସାରା ଦେଶରେ ଭଉଣୀମାନେ ରକ୍ଷାବନ୍ଧନର ପ୍ରସ୍ତୁତି କରୁ ଥିବେ। କାହାର ରାକ୍ଷୀ ଅନଲାଇନ୍ରେ ପଠାଯାଇ ସରିଥିବ ,ତ ଆଉ କାହାର ଆଜିକାଲି ମଧ୍ୟରେ ନିଜର ଭାଇ ହାତରେ ରକ୍ଷାର ଏହି ସୂତ୍ରକୁ ବାନ୍ଧିବା ପାଇଁ ନିଜର ସବୁ ପ୍ରସ୍ତୁତି କରି ସାରିଥିବେ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ଜଣେ ଭଉଣୀ ଅଛନ୍ତି , ଯିଏକି ସୀମା ଆରପଟେ ପଡୋଶୀ ଦେଶ ପାକିସ୍ତାନର। ହେଲେ ସେ ବିବାହ ପରେ ଗୁଜରାଟର ଅହମ୍ମଦାବାଦରେ ରହୁଛନ୍ତି। ମୋଦିଙ୍କ ଏହି ପାକିସ୍ତାନୀ ଭଉଣୀ ତାଙ୍କ ଗତ ୩୦ ବର୍ଷ ଧରି ରାକ୍ଷୀ ବାନ୍ଧି ଆସୁଛନ୍ତି। ଏହା କହିବା ଯେ, ଏହି କ୍ରମ ସେବେ ଠାରୁ ଚାଲି ଆସୁଛି,ଯେବେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇ ନଥିଲେ। ଚଳିତ ଥର ମଧ୍ୟ ତାଙ୍କର ଏହି ସ୍ୱତନ୍ତ୍ର ଭଉଣୀ ଭାଇ ନରେନ୍ଦ୍ରଙ୍କ ପାଇଁ ହୋମମେଡ୍ ରାକ୍ଷୀ ତିଆରି କରିଛନ୍ତି , ଯେଉଁଥି ପାଇଁ ସେ ୯ ଅଗଷ୍ଟକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
ପିଏମ୍ ନରେନ୍ଦ୍ର ମୋଦିଙ୍କ ଏହି ସ୍ୱତନ୍ତ୍ର ଭଉଣୀଙ୍କର ନାମ କମର ମୋହସିନ ଶେଖ୍ ଏବଂ ସେ ବିବାହ ପରେ ନିଜର ସ୍ୱାମୀ ମୋହସିନ ଶେଖ୍ଙ୍କ ସହ ଅହମ୍ମଦାବାଦରେ ରହୁଛନ୍ତି। କରାଚୀର ଏକ ମୁସଲିମ ପରିବାରରେ ଜନ୍ମିତ କମର ଶେଖ ୧୯୮୧ରେ ମୋହସିନ ଶେଖ୍ଙ୍କୁ ବିବାହ କରିଥିଲେ ଏବଂ ଅହମ୍ମଦାବାଦ ଚାଲିଗଲେ। ତାଙ୍କର ପ୍ରଥମ ସାକ୍ଷାତ୍ ପିଏମ୍ ମୋଦିଙ୍କ ସହ ସେତେବେଳେ ହୋଇଥିଲା , ଯେତେବେଳେ ସେ ଆରଏସଏସର ସଦସ୍ୟ ଥିଲେ। ଏଏନଆଇ ଅନୁସାରେ , କମର ମୋହସିନ ଥରେ କହିଥିଲେ ଯେ, ଯେବେ ମୁଁ ପ୍ରଥମ ଥର ପିଏମ୍ ମୋଦିଙ୍କୁ ଭେଟି ଥିଲି , ସେତେବେଳେ ସେ ଆରଏସଏସରେ ଏକ ସାଧାରଣ କାର୍ଯ୍ୟକର୍ତ୍ତା ଥିଲେ। ଇଣ୍ଡିଆ ଟୁଡେ ଅନୁସାରେ , କମର ମୋହସିନ ୧୯୯୦ରେ ପ୍ରଥମ ଥର ତତ୍କାଳୀନ ଗୁଜରାଟର ରାଜ୍ୟପାଳ ଡା. ସ୍ୱରୂପ ସିଂହଙ୍କ ସହ ପିଏମ୍ ମୋଦିଙ୍କୁ ବିମାନ ବନ୍ଦରରେ ସାକ୍ଷାତକୁ ମନେପକାଇ ଥିଲେ। ଏହି ସମୟରେ ସିଂହ ମୋଦିଙ୍କୁ କହିଥିଲେ ଯେ,ସେ କମର ମୋହସିନ ଶେଖଙ୍କୁ ନିଜର ଝିଅ ମନେକରନ୍ତି। ଏହା ଶୁଣି , ପିଏମ୍ ଜବାବ ଦେଇଥିଲେ ଯେ, ତାହେଲେ କମର ମୋହସିନ ତାଙ୍କର ଭଉଣୀ ହେବେ। କମର କହିଛନ୍ତି , ସେବେଠାରୁ ମୁଁ ରକ୍ଷାବନ୍ଧନର ଉତ୍ସବରେ ତାଙ୍କୁ ରାକ୍ଷୀ ବାନ୍ଧି ଆସୁଛି ।
କମର ମୋହସିନ ଶେଖ୍ କହିଛନ୍ତି , ମୋ ସ୍ୱାମୀ ଜଣେ ପେଣ୍ଟର। ଆମେ ତାଙ୍କର ପ୍ରଦର୍ଶନୀ ପାଇଁ ଦିଲ୍ଲୀ ଯାଉଥିଲୁ। ଯେତେବେଳେ ଆମେ ପ୍ରଥମ ଥର ପିଏମ ମୋଦିଙ୍କୁ ଭେଟିଲୁ , ତ ସେ ପଚାରିଲେ , ଭଉଣୀ ,କେମିତି ଅଛ ? ଯେବେ ମୁଁ ତାଙ୍କୁ ପ୍ରଥମ ଥର ରାକ୍ଷୀ ବାନ୍ଧିଲି ,, ତ ମୁଁ ତାଙ୍କୁ କହିଥିଲି ଯେ,ମୁଁ ପ୍ରାର୍ଥନା କରିଛି ଯେ ଆପଣ ଗୁଜରାଟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ସେ ହସି ହସି କହିଥିଲେ, ମୁଁ ସଂଘରେ ନିଜ କାମରେ ଖୁସି ଅଛି । ତମେ ମୋତେ ଅଭିଶାପ କାହିଁକି ଦେଉଛ ? ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ରାକ୍ଷୀ ବାନ୍ଧିବାକୁ ଗଲି ତ , ସେ କହିଲେ ତୁମ ଇଚ୍ଛା ପୂରା ହୋଇଗଲା। ଏହାପରେ ସେ ମୋତେ ପଚାରିଲେ ଏବେ ମୁଁ କଣ ପ୍ରାର୍ଥନା କରିବି , ତ ମୁଁ କହିଲି, ମୁଁ ପ୍ରାର୍ଥନା କରୁଛି କି , ଆପଣ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଏହାପରେ ,ଯେତେବେଳେ ସେ ପ୍ରଧାନମନ୍ତ୍ରୀ ହେବା ପରେ ରାକ୍ଷୀ ବାନ୍ଧିବାକୁ ଗଲି , ମୁଁ ତାଙ୍କୁ କହିଥିଲି , ମୁଁ ପ୍ରାର୍ଥନା କରିଛି ଯେ ଆପଣ ପୂରା ଦୁନିଆରେ ରାଜୁତି କରନ୍ତୁ। ଏବେ ଭାରତ ଦୁନିଆରେ ନିଜର ନାମ ସ୍ୱତନ୍ତ୍ର ସ୍ଥାନ ନେଇ ସାରିଛି। ଏହା ତାଙ୍କର (ମୋଦି) କଠିନ ପରିଶ୍ରମର କାରଣରୁ ହୋଇଛି। ଏବେ ମୁଁ ପ୍ରାର୍ଥନା କରୁଛି ଯେ, ତାଙ୍କର ସବୁ ସମସ୍ୟା ଦୂର ହୋଇ ଯାଉ।
#WATCH | Ahmedabad, Gujarat | Qamar Mohsin Shaikh says, "My husband is a painter. We used to go to Delhi for his exhibitions... When we met PM Modi for the first time, he said, 'How are you, sister?'... When I tied a rakhi to him for the first time, I told him that I prayed he… https://t.co/GF24tGBU7Z pic.twitter.com/MwfKbUNCbo
— ANI (@ANI) August 6, 2025
କମର ମୋହସିନ ଶେଖ୍ ଘରେ ନିଜ ହାତରେ ରାକ୍ଷୀ ତିଆରି କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ନିମନ୍ତ୍ରଣକୁ ଅପେକ୍ଷା କରିଛନ୍ତି। ଚଳିତ ଥରେ ସେ ଓମ୍ ଓ ଭଗବାନ ଗଣେଶଙ୍କ ଡିଜାଇନର ଦୁଇଟି ରାକ୍ଷୀ ତିଆରି କରିଛନ୍ତି। ୨୦୨୪ରେ ସେ ରକ୍ଷା ବନ୍ଧନ ପାଇଁ ଦିଲ୍ଲୀ ଯାଇ ପାରି ନଥିଲେ, କିନ୍ତୁ ଏହି ବର୍ଷ ତାଙ୍କର ଆଶା ଯେ , ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକରୁ ନିମନ୍ତ୍ରଣ ମିଳିଲେ ସେ ଯାଇ ପାରିବେ।