୧୦ ବର୍ଷ ଏକାଠି ରହୁଥିଲେ, ନିର୍ବନ୍ଧ ପୂର୍ବରୁ ସାଙ୍ଗକୁ ଛୁରୀ ଭୁସି ମାରିଦେଇଥିଲେ, ଏବେ…

NEWS7
pm-modi-quit-weibo-aap-account

ଭୁବନେଶ୍ବର ୩୦।୧: ମହିଳା ହତ୍ୟାକାରୀକୁ ଆଜୀବନ ସଜା । ସମ୍ପର୍କ ପାଇଁ ସାଙ୍ଗକୁ କରିଥିଲା ହତ୍ୟା । ଭୁବନେଶ୍ବର ଲିଙ୍ଗରାଜ ଥାନା ଅଧୀନ ଗୌରୀ ନଗରରେ ଅଳକା ନନ୍ଦ ଦାସ ହତ୍ୟାକାଣ୍ଡ ଘଟଣାରେ ରାୟ ଶୁଣାଇଛନ୍ତି କୋର୍ଟ । ହତ୍ୟାକାଣ୍ଡ ମାମଲାରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ । ଅଭିଯୁକ୍ତ ଅନିଶା ମିଶ୍ରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅତିରିକ୍ତ ତୃତୀୟ ଜିଲ୍ଲା ଜଜ୍ ହିମାଂଶୁ ମଲ୍ଲିକଙ୍କ କୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ଜାନୁଆରୀ ୧୯ ତାରିଖ ରାତିରେ ଘଟିଥିଲା ହତ୍ୟାକାଣ୍ଡ । ଦୁଇ ଜଣ ବାନ୍ଧବୀ ଅଳକା ଏବଂ ଅନିଶା ଗୋଟିଏ ହଷ୍ଟେଲରେ ରହୁଥିଲେ । ୧୦ବର୍ଷ ସେମାନେ ଏକାଠି ରହିଥିଲେ । ଭୁବନେଶ୍ୱରରେ ଉଭୟ ଚାକିରି କରୁଥିଲେ । ହଠାତ ଅଳକାଙ୍କ ବାହାଘର ଠିକ୍ ହୋଇଯାଇଥିଲା । ଏହାକୁ ସହିପାରିନଥିଲା ଅନିଶା । ନିର୍ବନ୍ଧ ତାରିଖ ପୂର୍ବରୁ ହତ୍ୟାକାଣ୍ଡ ପାଇଁ ଅନିଶା ଷଡ଼ଯନ୍ତ୍ର ରଚିଥିଲା । ଘଟଣା ଦିନ ଅଳକାଙ୍କୁ ଛୁରୀରେ ଭୁସି ଭୁସି ହତ୍ୟା କରିଥିଲା ଅଭିଯୁକ୍ତ ଅନିଶା ।