LIVE TV

ପୁଅ ସହ ପରକୀୟା ପ୍ରୀତି ରଖିଥିବା ମହିଳାଙ୍କୁ ଦଣ୍ଡ ଦେବାକୁ ଅରବପତି ବାପାର ଅଜବ ଘୋଷଣା: ଚାପୁଡ଼ା ମାରିଲେ ଦିଆଯିବ ୮୧ ହଜାର ଟଙ୍କା ପୁରସ୍କାର

NEWS7
pm-modi-ditches-teleprompter-uses-paper-notes-for-independence-day-speech

ନୂଆଦିଲ୍ଲୀ: ବ୍ୟବସାୟୀଙ୍କ ଅଜବ ଘୋଷଣା। ଚାପୁଡ଼ା ମାରିଲେ ମିଳିବ ଆର୍ଥିକ ପୁରସ୍କାର । ୧୦ ଥର ଚାପୁଡ଼ା ମାରିଲେ ୮୧,୦୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ଥାଇଲ୍ୟାଣ୍ଡ ଜଣେ ବ୍ୟବସାୟୀ କହିଛନ୍ତି। ଏହି ପୁରସ୍କାର ଦେବାକୁ ଘୋଷଣା ପରେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ  ଥାଇଲ୍ୟାଣ୍ଡର ଚୁମ୍ଫୋନ୍ ପ୍ରଦେଶ ଲାଙ୍ଗ ସୁଆନ ଜିଲ୍ଲାର ସବୁଠାରୁ ବଡ଼ ଡୁରିଆନ୍ ନର୍ସରି  ଏବଂ ଗୋଦାମର ମାଲିକ ଆର୍ନନ୍ ରୋଡଥଙ୍ଗ ତାଙ୍କ ବୋହୂକୁ ପାଇଁ ନ୍ୟାୟ ପାଇବା ପାଇଁ ଅଜବ ପନ୍ଥା ଆପଣାଇଛନ୍ତି। ସେ ଏନେଇ ଫେସବୁକରେ ଏକ ପ୍ରସ୍ତାବ ପୋଷ୍ଟ କରିଛନ୍ତି।

ପୋଷ୍ଟରେ ଲେଖାଥିଲା: " ଯେକୌଣସି ବ୍ୟକ୍ତିଙ୍କୁ, ମୋ ପୁଅ ସହ ରହୁଥିବା ମହିଳାଙ୍କୁ ଯିଏ ଚାପୁଡ଼ା ମାରିବ, ମୁଁ ତାଙ୍କୁ ୩୦ ହଜାର ବାହଟ୍ ଦେବି। ଆପଣ ତାଙ୍କୁ ଅତି କମରେ ୧୦ ଥର ଚାପୁଡ଼ା ମାରିବାକୁ ପଡ଼ିବ। କାମ ସରିବା ପରେ, ଦେୟ ପାଇଁ ମୋ ପାଖକୁ ଆସନ୍ତୁ।" ସେ ଆହୁରି କହିଛନ୍ତି ତାଙ୍କ ବୋହୂକୁ ଚାପୁଡ଼ା ମାରିବା ଦ୍ୱାରା ହେଉଥିବା ପୋଲିସ ଜରିମାନାକୁ ସେ ଭରଣା କରିବେ। ତାଙ୍କ ପୁଅ ସହିତ ସମ୍ପର୍କ ଶେଷ ନ କରିବା ପର୍ଯ୍ୟନ୍ତ ଏହି ପୁରସ୍କାର ବୈଧ।

ପ୍ରକୃତ କଥା ହେଲା ଭିନ୍ନ। ସେ ତାଙ୍କର ନିର୍ଦ୍ଦୋଷ ବୋହୂକୁ ସୁରକ୍ଷା, ନ୍ୟାୟ ଦେବା ପାଇଁ ଏହି ଘୋଷଣା କରିଛନ୍ତି। ପୁଅ ସହ ସମ୍ପର୍କ ସମାପ୍ତ କରିବାକୁ ଅନୁରୋଧ କରିବା ପାଇଁ ଏହି ପୋଷ୍ଟ କରିଛନ୍ତି। ରୋଡଥୋଙ୍ଗଙ୍କ ପୁଅ ନାଁ ଚାଇ। ଚାଇ ତାଙ୍କ ସ୍ତ୍ରୀ ଏବଂ ପିଲାକୁ ଛାଡି ଦେଇ ଜଣେ ମହିଳାଙ୍କ ସହ ଚାଲିଯାଇଥିବା ଅଭିଯୋଗ ହୋଇଛିଯିଏ ପୂର୍ବରୁ ରୋଡଥୋଙ୍ଗଙ୍କ ନାତିଙ୍କ ସହିତ ଡେଟ୍ କରୁଥିଲେ। ପରେ ଚାଇଙ୍କୁ ଫଲୋ କରି ତାଙ୍କ ପ୍ରେମ ଜାଲରେ ଫସାଇଥିଲେ। ରୋଡଥୋଙ୍ଗଙ୍କ ପୁଅ ନିଜ ଦାୟିତ୍ୱକୁ ଅବହେଳା କରିଥିବା ଏବଂ ତାଙ୍କ ବୋହୂ ପ୍ରତି ଅନ୍ୟାୟ କରିଥିବା ଅଭିଯୋଗ ହୋଇଛିତଥାପି ତାଙ୍କ ବୋହୂ ସବୁ ଅନ୍ୟାୟକୁ ସହିଛି।

ଥାଇଲ୍ୟାଣ୍ଡରେ, ମୁଥ ମାରିବା, ଚାପୁଡ଼ା ମାରିବା ଭଳି ସାଧାରଣ ଆକ୍ରମଣ ପାଇଁ ଥାଇ ଦଣ୍ଡ ସଂହିତା ଅନୁଯାୟୀ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ୪୦ ହଜାର ବାହଟ ପର୍ଯ୍ୟନ୍ତ ଜରିମାନା ହୋଇପାରେ। ରୋଡଥଙ୍ଗ କହିଛନ୍ତି ଯେ ଯଦି ତାଙ୍କ ପୋଷ୍ଟ କୌଣସି ଆଇନ ଭଙ୍ଗ କରେ ତେବେ ସେ ଆଇନଗତ ପରିଣାମ ଭୋଗିବାକୁ ପ୍ରସ୍ତୁତ, କାରଣ ସେ ତାଙ୍କ ପରିବାର ପାଇଁ ଲଢ଼ିବାକୁ ଚାହାଁନ୍ତି।

ତଥାପି, ଏହି ପୋଷ୍ଟଟି ବିବାଦ ସୃଷ୍ଟି କରିଥିଲା ସେ ହିଂସାକୁ ପ୍ରୋତ୍ସାହିତ କରିବା ନେଇ ଚିନ୍ତା ପ୍ରକାଶ କରି ଏହାକୁ ଡିଲିଟ୍ କରିଦେଇଥିଲେ। ଏହି ମାମଲା ସମାଧାନ ପାଇଁ ହିଂସା ବ୍ୟବହାର ନକରିବାକୁ ବା  ଖରାପ ଉଦାହରଣ ସୃଷ୍ଟି ନକରିବାକୁ ସେ ଅନୁରୋଧ କରିଛନ୍ତି ଏହା ସହିତ ତାଙ୍କ ପୁଅ ସହିତ ସମ୍ପର୍କ ଛିନ୍ନ କରିଛନ୍ତି । ପୁଅ ନାମରେ ରଖିଥିବା ସମ୍ପତ୍ତିକୁ ବୋହୂ ଓ ନାତି ନାମରେ କରିବେ ବୋଲି ଘୋଷଣା କରିଛନ୍ତି।