LIVE TV

ବିଶ୍ଵରେକର୍ଡ ସହ ୧୦୦୦ ରନ ପୂରଣ କଲେ ଅଭିଷେକ ଶର୍ମା, ସୂର୍ଯ୍ୟଙ୍କୁ ପକାଇଲେ ପଛରେ

NEWS7
pm-and-president-pays-last-respects-to-union-minister-ram-vilas-paswan

ବ୍ରିସବେନ: ଭାରତୀୟ ଦଳର ବିସ୍ଫୋରକ ଓପନିଂ ବ୍ୟାଟର ଅଭିଷେକ ଶର୍ମା ଟି-୨୦ରେ କରିଛନ୍ତି ବଡ଼ ରେକର୍ଡ। ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଟି-୨୦ରେ ସେ କ୍ରିକେଟର ଏହି ଛୋଟ ଫର୍ମାଟରେ ହଜାରେ ରନ ପୂରଣ କରିଛନ୍ତି। ସବୁଠୁ କମ ବଲରେ ହଜାରେ ରନ ପୂରଣ କରି ସେ ଏହି ରେକର୍ଡ ନିଜ  ନାଁରେ କରିଛନ୍ତି। ଦ୍ରୁତତମ ୧୦୦୦ ରନ ପୂରଣ କରିବାରେ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଭାଙ୍ଗିଛନ୍ତି। ହେଲେ ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି।

ଅଭିଷେକ ୫୨୮ ବଲରେ ହଜାରେ ରନ ପୂରଣ କରିଛନ୍ତି। ସେ ଟି-୨୦ ଅନ୍ତର୍ଜାତୀୟରେ ସବୁଠୁ କମ ବଲରେ ହାଜରେ ରନ କରିୁବାର ବିଶ୍ଵ ରେକର୍ଡ କରିଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନାଁରେ ଥିଲା। ସୂର୍ଯ୍ୟ ୫୭୩ ବଲରେ ହଜାରେ ରନ ପୂରା କରିଥିଲେ। ତାଲିକାରେ ଫିଲ ସଲ୍ଟ ୫୯୯ ବଲ୍, ଗ୍ଲେନ ମ୍ୟାକ୍ସଓ୍ଵେଲ ୬୦୪ ବଲ ଓ ଆନ୍ଦ୍ର ରସେଲ-ଫିନ ଆଲେନ ଯୁଗ୍ମ ଭାବେ ୬୦୯ ବଲରେ ଏହି ସଫଳତା ହାସଲ କରିଥିଲେ। ବ୍ରିସବେନର ଗାବାରେ ଖେଳା ଯାଇଥିବା ପଞ୍ଚମ ଟି-୨୦ରେ ଅଭିଷେକ ଶର୍ମା ଦୁଇଟି ଜୀବନ ଦାନ ପାଇଥିଲେ। ଆଉ ବିସ୍ଫୋରକ ବ୍ୟାଟିଂ କରି ୧୩ ବଲରୁ ୨୩ ରନ କରି ଅପରାଜିତ ଥିଲେ।

ତେବେ ସବୁଠୁ କମ ଇନିଂସରେ ହଜାରେ ରନ ପୂରଣ କରିବାର ରେକର୍ଡ ବିରାଟ କୋହଲିଙ୍କ ନାଁରେ ରହିଛି। କୋହଲି ୨୭ ଇନିଂସରୁ ହଜାରେ ରନ ପୂରା କରିଥିଲେ। ଆଉ ଅଭିଷେକ ୨୮ଟି ଇନିଂସରେ ୧୮୯.୫୧ ଷ୍ଟ୍ରାଇକ ରେଟରେ ହଜାରେ ରନ ପୂରଣ କରିଛନ୍ତି। ଏଥିରେ ୬ ଅର୍ଦ୍ଧଶତକ ଓ ୨ ଶତକ ସାମିଲ। ଅଭିଷେକ ସବୁଠୁ କମ ଇନିଂସରେ ହଜାରେ ରନ ପୂରଣ କରିବାରେ ଦୁନିଆର ପଞ୍ଚମ ବ୍ୟାଟର। ଇଂଲଣ୍ଡର ଡେଭିଡ ମଲାନ କେବଳ ୨୪ଟି ଇନିଂସରୁ ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ଭାରତ ପାଇଁ ବିରାଟ କୋହଲି ସବୁଠୁ କମ ୨୭ ଇନିଂସରେ ଏହି କାରନାମା କରିଛନ୍ତି। ବାବର ଆଜମ ଓ ଡେଭନ କନଓ୍ଵେ ଯୁଗ୍ମ ଭାବେ ୨୬ଟି ଇନିଂସରୁ ଏହି ସଫଳତା ହାସଲ କରିଛନ୍ତି।

ସବୁଠୁ କମ ବଲରେ ହଜାରେ ରନ

୫୨୮- ଅଭିଷେକ ଶର୍ମା

୫୭୩- ସୂର୍ଯ୍ୟକୁମାର ଯାଦବ

୫୯୯- ଫିଲ ସଲ୍ଟ

୬୦୪- ଗ୍ଲେନ ମ୍ୟାକ୍ସଓ୍ଵେଲ

୬୦୯- ଆନ୍ଦ୍ରେ ରସେଲ/ ଫିନ ଆଲେନ