ଆସନ୍ତାକାଲିଠୁ ଯୁକ୍ତ ୨ ନାମଲେଖା ଆବେଦନ ଆରମ୍ଭ, ଏହି ଦିନ ଆସିବ ପ୍ରଥମ ମେରିଟ୍ ଲିଷ୍ଟ

Published By : Prameya-News7 Bureau | May 23, 2025 IST

ଭୁବନେଶ୍ଵର: ଆସନ୍ତାକାଲିଠୁ ଅର୍ଥାତ ମେ ୨୩ ତାରିଖରୁ ଯୁକ୍ତ ୨ ନାମଲେଖା ଆବେଦନ ଆରମ୍ଭ ହେବ। ଜୁନ୍ ୩୦ ଯାଏଁ ଅନଲାଇନରେ SAMS  ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ର-ଛାତ୍ରୀ। ଏହା ପରେ ଜୁଲାଇ ୭ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପାସ୍‌ହାର ରହିଛି ୯୪.୯୩%  ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ । ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୫୬୩ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୧୮୧୨ ଛାତ୍ରଛାତ୍ରୀ A1 ଗ୍ରେଡ୍ ପାଇଛନ୍ତି । ୧୨ ହଜାର ୨୦୦ ଛାତ୍ରଛାତ୍ରୀ A2 ଗ୍ରେଡ୍ ପାଇଛନ୍ତି । ସେହିଭଳି ୩୮ ହଜାର ୮୩୧ ଛାତ୍ରଛାତ୍ରୀ B1 ଗ୍ରେଡ୍ ପାଇଛନ୍ତି ।

Also read: ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ, ଅନୁଜ କୁମାର ଦାସ ପଟ୍ଟନାୟକ I & PR ନିର୍ଦ୍ଦେଶକ

ଚଳିତ ବର୍ଷ ୨ ଲକ୍ଷ ୪୦ ହଜାର ୨୫୧ ଛାତ୍ର ପାସ୍ କରିଥିବା ବେଳେ ୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ ପାସ୍ କରିଛନ୍ତି । ପୁଅଙ୍କ ପାସ୍‌ହାର ୯୪% ଓ ଝିଅଙ୍କ ପାସ୍‌ହାର ୯୬% ରହିଛି । ଗଜପତି ଜିଲ୍ଲାରେ ସର୍ବାଧିକ ପାସ୍ ହାର ୯୯.୩୫% ରହିଛି । ସେହିଭଳି କୋରାପୁଟରେ ସର୍ବନିମ୍ନ ପାସ୍ ହାର ୯୨.୮୩% ରହିଛି । ୩୨୭୩ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.