ମାଲକାନଗିରି ୨୪।୧୨ : PLGA ବାହିନୀକୁ ପୁରିଲା ୨୫ ବର୍ଷ । ନକ୍ସଲପନ୍ଥୀ PLGA ବାହିନୀକୁ ପୁରିଲା ୨୫ ବର୍ଷ । ଏନେଇ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ୧୬ ପୃଷ୍ଠାରେ ଏହି ପୁସ୍ତିକାରେ ମାଓ ସଂଗଠନ ଲେଖିଛି ଯେ, ଗତ ୧୧ ମାସକ ମଧ୍ୟରେ ୩୨୦ ଜଣ ନକ୍ସଲଙ୍କୁ ହତ୍ୟା କରାଯାଇଛି । ସୁରକ୍ଷାବାହିନୀର ଗୁଳିରେ ନିହତ ନକ୍ସଲଙ୍କ ମଧ୍ୟରେ ୧୮୩ ପୁରୁଷ ଓ ୧୧୭ ମହିଳା ରହିଛନ୍ତି ।

ସେହିଭଳି ଦଣ୍ଡକାରଣ୍ୟ ଅଞ୍ଚଳରେ ସର୍ବାଧିକ ୨୪୩ ମାଓବାଦୀ ନିହତ ହୋଇଥିବା ଉଲ୍ଲେଖ ରହିଛି । ବିହାର ଓ ଝାଡଖଣ୍ଡରେ ୨୨ ଜଣ, ଆସାମରେ ଜଣେ, ଓଡ଼ିଶାରେ ୩୩ ଜଣ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ୭ ଜଣ, ତେଲେଙ୍ଗାନାରେ ୮ ଜଣ, ଏବଂ AOBରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ମାଓ ସଂଗଠନର ସାଧାରଣ ସମ୍ପାଦକ ବସବ୍‌ ରାଜୁ ସହ ନିହତ ନକ୍ସଲମାନଙ୍କ ମଧ୍ୟରେ ୮ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ଅଛନ୍ତି । ସେମାନେ ୧୫ଟି ରାଜ୍ୟ ଓ ୨୫ଟି ଜିଲ୍ଲାସ୍ତରୀୟ କମିଟି ଥିଲେ । ମାଓବାଦୀଙ୍କ କେନ୍ଦ୍ରୀୟ ସାମିରକ କମିଶନ ଡିସେମ୍ବର ୨ରୁ ୮ ପର୍ଯ୍ୟନ୍ତ PLGAର ୨୫ ତମ ବର୍ଷିକ ପାଳନ କରିବାକୁ ଆହ୍ୱାନ କରିଛି ।