୨୪ ନିର୍ବାଚନରେ ଓଡ଼ିଶାବାସୀ ବିଜେଡିକୁ ତ୍ୟାଗ କରିଛନ୍ତି, ବିଜେପିକୁ ଆଶୀର୍ବାଦ ଦେଇଛନ୍ତି

NEWS7
player-with-most-runs-and-wickets-in-champions-trophy-2025

ଭୁବନେଶ୍ବର ୨୬/୧: ବିଜେଡିର ମଲଟି ଅର୍ଗାନ ଫେଲୱର, ସାଲାଇନ ଦେଲେ ବି ବଞ୍ଚିବେ ନାହିଁ । ବିଜେଡିକୁ ନେଇ ଏମିତି କହିଛନ୍ତି ବିଜେପି ସାଂସଦ ବଳଭଦ୍ର ମାଝୀ । ସେ କହିଛନ୍ତି ୨୪ ନିର୍ବାଚନରେ ଓଡ଼ିଶାବାସୀ ବିଜେଡିକୁ ତ୍ୟାଗ କରିଛନ୍ତି । ବିଜେଡି ଏକପ୍ରକାର କଟି ଯାଇଛି । ୨୦୨୪ ସାଧାରଣ ନିର୍ବାଚନରେ ଶେଷ ହୋଇଯାଇଛି | ମୁଁ ପୂର୍ବରୁ କହିଥିଲି ନିର୍ବାଚନ ପରେ ୬ ମାସ ଭିତରେ ବିଜେଡି ଧ୍ଵଂସ ହୋଇଯିବ । ଏବେ ପ୍ରାୟ ସରିଗଲାଣି ଆଉ ଟିକେ ଟିକେ ବାକି ଅଛି । କପୂର୍ର ଉଡ଼ି ଯାଇଚି, କନା ପଡ଼ିଥିବା କହିଛନ୍ତି ସାଂସଦ ବଳଭଦ୍ର ମାଝୀ ।

ସେ ଆହୁରି କହିଛନ୍ତି ଓଡ଼ିଶାବାସୀ ବିଜେପିକୁ ଆଶୀର୍ବାଦ ଦେଇଛନ୍ତି । ଗତ ୧୮ ମାସ ଭିତରେ ଯେଉଁ କାମ କରିଛି ବିଜେପି ସରକାର । ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ବିଜେପିକୁ କୌଣସି ଦଳ ଟକ୍କର ଦେଇ ପାରିବେ ନାହିଁ । ବିଜେପି ଆଗରେ ବିଜେଡି ଏଠି ତିଷ୍ଠିବା ପ୍ରଶ୍ନ ଉଠୁ ନାହିଁ, ଆମେ କାହାରିକୁ ବଞ୍ଚାଇବାର ନାହିଁ । ବିଜେପି ନିଜ ଦମରେ ମଜବୁତ ହେବାରେ ଲାଗିଛି ।