ଅନୁଗୁଳ ୨୮/୧୦: ପାଲଲହଡାରେ ଉଦଘାଟନ ଓ ଶିଳାନ୍ୟାସ ହେବାକୁ ଥିବା ଫଳକକୁ ଭାଙ୍ଗିଲେ ପଂଚାୟତ ସମିତି ଅଧ୍ୟକ୍ଷା । ନାମ ଫଳକରେ ନିଜର ନାମ ନ ଥିବାରୁ ଉତକ୍ଷିପ୍ତ ହୋଇ ଭାଙ୍ଗିଲେ ।
ପାଲଲହଡାରେ ବିଭିନ୍ନ ଉନ୍ନୟନ ମୂଳକ କାମର ଉଦଘାଟନ କରିବାକୁ ଯାଇଥିଲେ ପଂଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ତାଙ୍କ ସହିତ ଥିଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏବଂ ପାଲଲହଡାର ବିଧାୟକ ଆଶୋକ ମହାନ୍ତି । ଉଦ୍ଘାଟନ ହେବା ପୂର୍ବରୁ ଏହି ଫଳକକୁ ଭାଗିଛନ୍ତି ପଂଚାୟତ ସମିତି ଅଧ୍ୟକ୍ଷା। ତାଙ୍କର କହିବା କଥା ବିଜେପି ଶସ୍ତା ରାଜନୀତି କରୁଛି ।
ବିଜେଡି ସରକାର ବିଭିନ୍ନ ଉନ୍ନୟନ ମୂଳକ କାମର ଉନ୍ନତି ପାଇଁ ଅନୁଦାନ ଦେଇଥିଲେ, କିନ୍ତୁ ବିଜେପି ଏହା ଉପରେ ଶସ୍ତା ରାଜନୀତି କରୁଛି । ତେଣୁ ଫଳକକୁ ଭଙ୍ଗା ଯାଇଛି। ଫଳକକୁ ଭାଙ୍ଗିବା ସହ ମୋହନ ସରକାର ମୁରଦାବାଦ ନାରା ଦେଇଛନ୍ତି । ପୋଲିସ ସହ ଯୁକ୍ତିତର୍କ ମଧ୍ୟ କରିଥିଲେ ବିଜେଡି କର୍ମୀ ।
ଏହା ଉପରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବା ସୂଚନା ରହିଛି । ପୋଲିସ ଏବଂ ପ୍ରଶାସନ ଏହାକୁ ଗୁରୁତର ସହ ନେଇଛି । ଏହାପରେ କଣ କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ ହିଁ ଅପେକ୍ଷା ।