ମ୍ୟୁଚୁଆଲ୍ ଫଣ୍ଡ୍ ନିୟମରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି, ନିବେଶକଙ୍କ ପାଇଁ ସେବିର ନୂଆ ଯୋଜନା

Published By : Prameya-News7 Bureau | June 21, 2025 IST

ନୂଆଦିଲ୍ଲୀ: ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶକ ଖୁବଶୀଘ୍ର ବଡ଼ ପରିବର୍ତ୍ତନ ଦେଖିପାରନ୍ତି । ବଜାର ନିୟାମକ ସେବି ମ୍ୟୁଚୁଆଲ୍ ଫଣ୍ଡ୍ ନିୟମର ବ୍ୟାପକ ସମୀକ୍ଷା କରୁଛି । ଫଳରେ ଏହାକୁ ଅଧିକ ନିବେଶ-କେନ୍ଦ୍ରୀତ ଓ ଉଦ୍ୟୋଗ ଅନୁକୁଳ କରାଯାଇପାରିବ । ସେବିର କାର୍ଯ୍ୟକାରୀ ନିର୍ଦ୍ଦେଶକ ମନୋଜ କୁମାର କହିଛନ୍ତି, 'ଆମେ ନିୟାମକ ସହ ସମସ୍ତ ହିତାଧିକାରୀଙ୍କ ପାଇଁ କାରବାରକୁ ସହଜ କରିବା ଲାଗି ମ୍ୟୁଚୁଆଲ୍ ଫଣ୍ଡ୍ ନିୟାମକ ଢାଞ୍ଚାର ସମୀକ୍ଷା କରୁଛୁ । ସମସ୍ତ ପକ୍ଷକାର କହିଛନ୍ତି ଯେ ଏହି କ୍ଷେତ୍ରକୁ ନିୟନ୍ତ୍ରିତ କରୁଥିବା ବର୍ତ୍ତମାନର ନିୟମ ଜଟିଳ ଓ ନିବେଶକଙ୍କ ଆବଶ୍ୟକତା ଓ ଉଦ୍ୟୋଗରେ ନୂତନତା ସହ ତାଳମେଳ ବଜାୟ ରଖିବା ପାଇଁ ସରଳୀକରଣ ଜରୁରି ।'

ମନୋଜ କୁମାର ନୂଆ ନିୟମ ଲାଗୁ କେବେଠାରୁ ଲାଗୁ ହେବ ତାହା ସ୍ପଷ୍ଟ କରିନାହାନ୍ତି । ସେ କହିଛନ୍ତି, ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଓ ପ୍ରତିକ୍ରିୟା ଓ ପରାମର୍ଶ ନେବା ପାଇଁ ଡ୍ରାଫ୍ଟ ରୁଲ୍ ଜାରି କରାଯିବ । ପୁଞ୍ଜି ବଜାରକୁ ମଜଭୁତ କରିବା ପାଇଁ ସେବିର ରଣନୈତିକ ବ୍ଲୁ ପ୍ରିଣ୍ଟକୁ ସେ ରେଖାଙ୍କିତ କରିଛନ୍ତି । ଏଥିରେ ମ୍ୟୁଚୁଆଲ୍ ଫଣ୍ଡକୁ ସମାବେଶୀ ବିତ୍ତୀୟ ବିକାଶ ଓ ନିବେଶକ ସଂରକ୍ଷଣକୁ ପ୍ରୋତ୍ସାହିତ ଦେବା ପାଇଁ ମହତ୍ୱପୂର୍ଣ୍ଣ ସ୍ତମ୍ଭ ରୂପେ ସ୍ଥାପିତ କରାଯାଇଛି । 

ମ୍ୟୁଚୁଆଲ୍ ଫଣ୍ଡରେ ପରାମର୍ଶଦାତା କାର୍ଯ୍ୟକୁ ନିୟନ୍ତ୍ରିତ କରିବାକୁ ନିୟମର ଏକ ପରାମର୍ଶ ଡ୍ରାଫ୍ଟ ମଧ୍ୟ କରାଯାଇଛି । ମନୋଜ କୁମାର କହିଛନ୍ତି ଯେ ସେବିର ନେତୃତ୍ୱରେ ଭାରତରେ ବଡ଼ ବଜାର ପରିବର୍ତ୍ତନ ହୋଇଛି । ମ୍ୟୁଚୁଆଲ୍ ଫଣ୍ଡ୍ କ୍ରାନ୍ତି ମାଧ୍ୟମରେ ଆଉ ଏକ ପରିବର୍ତ୍ତନ ଆସିବାକୁ ଯାଉଛି । ମନୋଜ କୁମାର କହିଛନ୍ତି, ଭାରତର ମ୍ୟୁଚୁଆଲ ଫଣ୍ଡ୍ ଉଦ୍ୟୋଗର ଆସେଟ୍ ଅଣ୍ଡର ମ୍ୟାନେଜମେଣ୍ଟ ୭୨ ଲକ୍ଷ କୋଟି ଟଙ୍କା ପାର୍ କରିଛି । ଏଥିରେ ମାସିକ ଏସ୍‌ଆଇପି ଯୋଗଦାନ ୨୮ ହଜାର କୋଟି ଟଙ୍କା ପହଞ୍ଚିଛି । ତେବେ ୧୪୦ କୋଟି ଜନସଂଖ୍ୟା ମଧ୍ୟରୁ ନିବେଶକଙ୍କ ସଂଖ୍ୟା କେବଳ ୫ କୋଟିରେ ସୀମିତ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.