କ୍ରିକେଟ୍‌କୁ ପୀୟୂଷ ଚାଓ୍ୱଲାଙ୍କ ଅଲବିଦା, ଇନଷ୍ଟାରେ କଲେ ଭାବବିହ୍ୱଳ ପୋଷ୍ଟ

Published By : Prameya-News7 Bureau | June 06, 2025 IST

News7

ନୂଆଦିଲ୍ଲୀ: ଜଣକ ପରେ ଜଣେ ଅବସର ନେଉଛନ୍ତି ଭେଟେରାନ କ୍ରିକେଟର।  କ୍ରିକେଟ ଜଗତରୁ ସନ୍ନ୍ୟାସ ନେଇଛନ୍ତି ପୀୟୂଷ ଚାଓ୍ୱଲା। ଭାରତୀୟ କ୍ରିକେଟ ଦଳର ସ୍ପିନର ପୀୟୁଷ ଚାୱଲା ସମସ୍ତ ପ୍ରକାରର ଫର୍ମାଟରୁ ଅବସର ନେଇଛନ୍ତି। ୩୬ ବର୍ଷୀୟ ସ୍ପିନର ଭାରତ ପାଇଁ ୩୫ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ୪୩ଟି ୱିକେଟ୍ ନେଇଛନ୍ତି। ସେ ପ୍ରାୟ ୧୫ ବର୍ଷ ଧରି ଭାରତୀୟ ଦଳର ଅଂଶ ନଥିଲେ। ଏବେ ସେ ତାଙ୍କର ଅବସର ଘୋଷଣା କରିଛନ୍ତି। ପିୟୂଷଙ୍କ ପୂର୍ବରୁ ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ କ୍ରିକେଟ୍‌ ଅବସର ନେଇଥିଲେ।

୨୦୦୭ ମସିହାରେ ଟି-୨୦ ବିଶ୍ୱକପ୍ ଜିତିଥିବା ଦଳରେ ପୀୟୁଷ ଚାୱଲା ମଧ୍ୟ ସାମିଲ ଥିଲେ। ସେହି ସମୟରେ ତାଙ୍କୁ ୨୦୧୧ ମସିହାରେ ଏକଦିବସୀୟ ବିଶ୍ୱକପ୍ ଜିତିଥିବା ଦଳରେ ମଧ୍ୟ ସାମିଲ କରାଯାଇଥିଲା। ୨୫ଟି ଦିନିକିଆ ୩ଟି ଟେଷ୍ଟ ଓ ୭ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଛନ୍ତି। ସେ ମୋଟ୍‌ ୪୩ଟି ଓ୍ୱିକେଟ୍‌ ନେଇଛନ୍ତି। 

ଇନଷ୍ଟାଗ୍ରାମ ପୋଷ୍ଟରେ ଅବସର ଘୋଷଣା କରି ପିୟୂଷ କହିଛନ୍ତି, ''ମୈଦାନରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଦେବା ପରେ, ଏବେ ଏହି ସୁନ୍ଦର ଖେଳକୁ ଅଲବିଦା କହିବାର ସମୟ ଆସିଛି । ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧି କରି ୨୦୦୭  ଟି-୨୦ ବିଶ୍ୱ କପ ଓ ୨୦୧୧ ଦିନିକିଆ ବିଶ୍ୱକପରେ ଦଳର ଅଂଶ ହେବା ଯାଏ, ଏହି ଅବିଶ୍ୱସନୀୟ ଯାତ୍ରାର ସବୁ ସମୟ କୌଣସି ଆର୍ଶୀବାଦଠୁ କମ୍ ନୁହେଁ । ଏହି ମୂହୁର୍ତ୍ତ ସର୍ବଦା ମୋ ହୃଦୟରେ ରହିବ ।

ପୀୟୁଷ ଚାୱଲାଙ୍କ ଅବସର ପରେ, ପୀୟୁଷ ଚାୱଲାଙ୍କୁ ପେନସନ ମିଳିବ କି ନାହିଁ ତାହା ଆଲୋଚନା ଜୋର ଧରିଛି? ଏ ସମ୍ପର୍କରେ ବିସିସିଆଇର ନିୟମ କ’ଣ? 

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଏହାର ପୂର୍ବତନ ଖେଳାଳି ଏବଂ ଅମ୍ପାୟାରଙ୍କୁ ପେନସନ ଭଳି ସୁବିଧା ପ୍ରଦାନ କରେ। ଏହି ପେନସନ ବିସିସିଆଇ ଖେଳାଳିମାନଙ୍କୁ ସମ୍ମାନ ସ୍ୱରୂପ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦେଇଥାଏ। ବିସିସିଆଇ ୨୦୨୨ ମସିହାରେ ଏହାର ପେନସନ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଥିଲା, ଯେଉଁଥିରେ ପୂର୍ବତନ ଖେଳାଳି ଏବଂ ଅମ୍ପାୟାରଙ୍କ ପେନସନ ୧୦୦% ବୃଦ୍ଧି କରାଯାଇଥିଲା।

ବିସିସିଆଇ ପୂର୍ବତନ ଖେଳାଳିମାନଙ୍କୁ ସମାନ ଭାବରେ ପେନସନ ଦିଆଯାଏ ନାହିଁ। ଏଥିପାଇଁ ଭିନ୍ନ ମାନଦଣ୍ଡ ସ୍ଥିର କରାଯାଇଛି। ୫ ରୁ ୯ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଖେଳାଳିଙ୍କୁ ପ୍ରତି ମାସରେ ୩୦,୦୦୦ ଟଙ୍କା ପେନସନ ଦିଆଯାଏ। ସେହିପରି ୧୦ ରୁ ୨୪ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଖେଳାଳିଙ୍କୁ ୬୦,୦୦୦ ଟଙ୍କା ପେନସନ ଦିଆଯାଏ। ଏହା ବ୍ୟତୀତ ୨୫ ରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଖେଳାଳିଙ୍କୁ ପ୍ରତି ମାସରେ ୭୦,୦୦୦ ଟଙ୍କାରୁ ଅଧିକ ପେନସନ ଦିଆଯାଏ। ଏହି ନିୟମ ଅନୁଯାୟୀ, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନିଙ୍କୁ ମଧ୍ୟ ପେନସନର ଲାଭ ମିଳିଥାଏ। ସେମାନଙ୍କୁ ବିସିସିଆଇ ପ୍ରତି ମାସରେ ପ୍ରାୟ ୭୦,୦୦୦ ଟଙ୍କା ପେନସନ ଦିଆଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.