ବାଲେଶ୍ୱର ୦୬।୦୮: ପୀୟୁଷ ତ୍ରିପାଠୀଙ୍କ ସେଲିବ୍ରେସନ । ଜନ୍ମଦିନ ଅବସରରେ ଜୋରଦାର ସେଲିବ୍ରେସନ କରିଛନ୍ତି ଜଲିଉଡ୍ର ବ୍ୟାଡ୍ ବୟ ପୀୟୁଷ । କଟକ ସହରରେ ନିଜ ଘର ନିକଟରେ ଥିବା ଏକ ମଣ୍ଡପରେ କେକ୍ କାଟି ସେଲିବ୍ରେସନ କରିଛନ୍ତି ପୀୟୁଷ ତ୍ରିପାଠୀ ।
ପୀୟୁଷ ତ୍ରିପାଠୀ, ଯାତ୍ରା ଜଗତରେ ଜଣେ ଚର୍ଚ୍ଚିତ ଚେହେରା । ଖୁବ କମ୍ ସମୟ ମଧ୍ୟରେ ଘରେ ଘରେ ପରିଚିତ ହୋଇଥିବା ନାଁ । ହିରୋ ଲୁକ୍ରେ ବ୍ୟାଡ୍ ବୟର ରୋଲ ପ୍ଲେ କରୁଥିବା ଅଭିନେତା ଜଣଙ୍କ ପୁରା ଓଡ଼ିଶାରେ ଫେମସ୍ । ହେଲେ ସମସ୍ତେ ପୀୟୁଷ ଭାବେ ଜାଣିଥିବା ବ୍ୟକ୍ତିଙ୍କ ପୁରା ନାମ ଆପଣମାନେ ଜାଣିଛନ୍ତି କି ? ଯଦି ନା.. ତେବେ ଆସନ୍ତୁ ଜାଣିବା । ପୀୟୁଷ ତ୍ରିପାଠୀଙ୍କ ପୁରା ନାମ ହେଉଛି ହରିଶଙ୍କର ତ୍ରିପାଠୀ । ଯାତ୍ରାକୁ ଆସିବା ପରେ ହରିଶଙ୍କର ପରିବର୍ତ୍ତେ ସମସ୍ତେ ପୀୟୁଷ ନାଁରେ ଜାଣିଲେ । ତେବେ ପୀୟୁଷଙ୍କର ଆଉ ଗୋଟିଏ ନାମ ରହିଛି । ତାହା ହେଉଛି ଚନ୍ଦନ । ଏ କଥା ଆମେ କହୁ ନାହୁ.. ବରଂ ପୀୟୁଷ ଓରଫ ଚନ୍ଦନଙ୍କ ଭଉଣୀ ହରପ୍ରିୟା ତ୍ରିପାଠୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ।
ତେବେ ମଙ୍ଗଳବାର ଦିନ ପୀୟୁଷଙ୍କର ଥିଲା ଜନ୍ମଦିନ । ପୀୟୁଷଙ୍କୁ ୩୬ ପୂରି ୩୭ ବର୍ଷରେ ପାଦ ଥାପିଛି । କଟକ ସହରର ଥିବା ନିଜ ଘରେ ଖୁବ ସେଲିବ୍ରେସନ୍ କରିଥିଲେ । ଏହାସହ ଘର ନିକଟରେ ଥିବା ଏକ ମଣ୍ଡପରେ କେକ୍ କାଟି ସାଙ୍ଗମାନଙ୍କ ସହ ଜନ୍ମଦିନ ସେଲିବ୍ରେସନ କରିଥିଲେ ।