ହୃଦୟ-ମସ୍ତିଷ୍କକୁ କ୍ଷତି ପହଞ୍ଚାଉଛି କୋଲ୍ଡଡ୍ରିଙ୍କ୍ସ ଓ ଚୁଇଙ୍ଗମର ମିଠା, ଅଧ୍ୟୟନରୁ ହେଲା ଖୁଲାସା

NEWS7
people-water-logged-in-gopalpur

ନୂଆଦିଲ୍ଲୀ ୧୦।୦୧:କୋଲ୍ଡଡ୍ରିଙ୍କ୍ସ, ସୁଗାର୍ ଫ୍ରି ଚୁଇଙ୍ଗମ୍ ଏବଂ ଡାଏଟ୍ ଉତ୍ପାଦରେ ବ୍ୟବହୃତ କୃତ୍ରିମ ମିଠାକୁ ନେଇ ସବୁବେଳେ ପ୍ରଶ୍ନ ଉଠାଯାଏ। କିନ୍ତୁ ଏବେ ଏକ ଅଧ୍ୟୟନରେ ଏପରି କିଛି ପ୍ରକାଶ ପାଇଛି ଯାହା ଆପଣଙ୍କୁ ଭୟଭୀତ କରିବ। ସଦ୍ୟତମ ଅଧ୍ୟୟନରୁ ଜଣାପଡିଛି ଯେ କୋଲ୍ଡଡ୍ରିଙ୍କ୍ସ ଏବଂ ଚୁଇଙ୍ଗମର ମିଠା ହୃଦରୋଗ ବୃଦ୍ଧି କରୁଛି ଏବଂ ମସ୍ତିଷ୍କର କାର୍ଯ୍ୟକୁ ହ୍ରାସ କରୁଛି। ଆସ୍ପାର୍ଟେମ୍, ଏରିଥ୍ରିଟଲ୍ ଏବଂ ଜାଇଲିଟଲ୍ ଭଳି ମିଠା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି କରେ।

କୃତ୍ରିମ ମିଠା କ’ଣ?

କୃତ୍ରିମ ମିଠା ଚିନି ଅପେକ୍ଷା ୨୦୦ ଗୁଣ ଅଧିକ ମିଠା, କିନ୍ତୁ ଏଥିରେ ବହୁତ କମ୍ କ୍ୟାଲୋରୀ ଥାଏ। ଏଥିରେ ମୁଖ୍ୟତଃ ଆସପାର୍ଟାମ (ଡାଏଟ୍ କୋକ୍, ସୁଗାର ଫ୍ରି ଉତ୍ପାଦରେ), ଏରିଥ୍ରିଟଲ୍ ଏବଂ ଜାଇଲିଟଲ୍ (ସୁଗାର ଫ୍ରି ଗମ୍, କ୍ୟାଣ୍ଡି, ଟୁଥପେଷ୍ଟରେ), ସୁକ୍ରାଲୋଜ୍ ଏବଂ ସାକାରିନ୍ ଅନ୍ତର୍ଭୁକ୍ତ।

ବାୟୋମେଡିସିନ୍ ଏବଂ ଫାର୍ମାକୋଥେରାପିରେ ଏକ ଅଧ୍ୟୟନରେ ମୂଷା ଉପରେ ଆସ୍ପାର୍ଟାମର ପ୍ରଭାବ ପରୀକ୍ଷା କରାଯାଇଥିଲା। ଏହି ଫଳାଫଳରୁ ଜଣାପଡିଛି ଯେ ଏହାର କମ ମାତ୍ରା ମଧ୍ୟ ହୃତପିଣ୍ଡର ମାଂସପେଶୀକୁ ମୋଟା କରିଥାଏ , ଯାହା ହୃତପିଣ୍ଡକୁ ଦୁର୍ବଳ କରିଥାଏ। ସେହିପରି, କ୍ଲିଭଲ୍ୟାଣ୍ଡ କ୍ଲିନିକ୍ (୨୦୨୪-୨୦୨୫) ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଏରିଥ୍ରିଟଲ୍ ଏବଂ ଜାଇଲିଟଲ୍ ରକ୍ତ ପ୍ଲେଟଲେଟ୍ ସହିତ ଲାଗି ରହିଥାଏ, ଯାହା ଫଳରେ ରକ୍ତ ଜମାଟ ବାନ୍ଧିଥାଏ। ଏହି ଜମାଟ ହୃଦୟ କିମ୍ବା ମସ୍ତିଷ୍କକୁ ଯାଇ ଷ୍ଟ୍ରୋକ ସୃଷ୍ଟି କରିପାରେ। ଯେଉଁମାନେ ଏଗୁଡ଼ିକୁ ଅତ୍ୟଧିକ ସେବନ କରନ୍ତି ସେମାନଙ୍କ ହୃଦଘାତର ଆଶଙ୍କା ୫୦ ପ୍ରତିଶତ ବଢ଼ିଯାଏ।

ସେପ୍ଟେମ୍ବର ୨୦୨୫ରେ ନ୍ୟୁରୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଆଠ ବର୍ଷ ଧରି ୧୨,୭୦୦ ଲୋକଙ୍କୁ ଅନୁସରଣ କରିଥିଲା। ଏଥିରେ ଦେଖାଯାଇଥିଲା ଯେ ଯେଉଁମାନେ ଅଧିକ ମିଠା ବ୍ୟବହାର କରୁଥିଲେ ସେମାନଙ୍କ ସ୍ମୃତିଶକ୍ତି ଏବଂ ଚିନ୍ତା କ୍ଷମତା ଦ୍ରୁତ ଗତିରେ ହ୍ରାସ ପାଇଥିଲା।ଏହି ବ୍ୟକ୍ତିମାନଙ୍କଠାରେ ସ୍ମୃତିଶକ୍ତି ହ୍ରାସ ୬୨% ରୁ ଅଧିକ ଥିଲା।