ଡିଜିଟାଲ ପେମେଣ୍ଟ ଠକକୁ ଧରି ପୋଲିସର ଜିମା ଦେଲେ ଲୋକେ

Published By : Prameya-News7 Bureau | July 16, 2025 IST

ସାଲେପୁର ୧୬।୭: ଡିଜିଟାଲ ପେମେଣ୍ଟ ଠକକୁ ଧରି ପୋଲିସର ଜିମା ଦେଲେ ଲୋକେ । ସାଲେପୁର ଅଞ୍ଚଳରୁ ଆସିଛି ଏଭଳି ଠକେଇ ଅଭିଯୋଗ । ଆଖି ସାମ୍ନାରେ ଆପଣକୁ ବି ଠକି ପାରନ୍ତି ଡିଜିଟାଲ ପେମେଣ୍ଟ ଠକ । ସାଲେପୁର ବଜାରରୁ ଏକ ଡିଜିଟାଲ ଠକକୁ ଧରିବା ସହ ପୋଲିସର ଜିମା ଦେଇଛନ୍ତି ଦୋକାନୀ ଓ ଲୋକେ । ସାଲେପୁର ଭଳି ଅଞ୍ଚଳରେ ଲୋକଙ୍କୁ ଭୂଆଁ ବୁଲେଇବା ପାଇଁ କିଛି ଡିଜିଟାଲ ପେମେଣ୍ଟ ଠକ ପ୍ଲାନ୍ କରି ଠକେଇ ଆରମ୍ଭ କରିଥିବା ବେଳେ ଦୋକାନୀ ଓ ସ୍ଥାନୀୟ ଲୋକେ ଧରି ପୋଲିସକୁ ଜିମା ଦେଇଥିଲେ । ଘଟଣାସ୍ଥଳରେ ସାଲେପୁର ପୋଲିସ ଠକକୁ ଥାନାକୁ ଆଣି ପଚରା ଉଚରା କରୁଥିବା ପରେ ପୋଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.