ବିରୋଧୀଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ, କହିଲେ ଶାସନରେ ଥିବାବେଳେ କେତେ ଶୁଣୁଥିଲ ?

Published By : Prameya-News7 Bureau | July 17, 2025 IST

ଭୁବନେଶ୍ୱର ୧୭/୦୭: ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ । FM କଲେଜ ଛାତ୍ରୀଙ୍କ ଆତ୍ମାହୁତିକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିଜେଡ଼ି ଓ କଂଗ୍ରେସ ଉପରେ ବର୍ଷିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଲେ, ବିଜେଡ଼ି ସରକାର ୨୪ବର୍ଷ ଶାସନ କରିଛି । ଯିଏ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେମାନେ ଶାସନ ଚଳାଉଥିଲେ । ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ସମସ୍ତେ ଜାଣିଛନ୍ତି । 

ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଥିଲେ କି ? କଂଗ୍ରେସ ମଧ୍ୟ ୪୦ ବର୍ଷ ସରକାରରେ ଥିଲା । ବହୁତ ସଂଖ୍ୟାରେ ମହିଳା ମାନଙ୍କ ସହ ଅଘଟଣ ହୋଇଛି । କେବେ ବି ରାଷ୍ଟ୍ରପତି ଆସିଥିଲେ କି ? ବିଜେଡ଼ି ଓ କଂଗ୍ରେସ ଏବଂ ଦିଲ୍ଲୀରୁ ଆସିଥିବା କଂଗ୍ରେସ ନେତା ମାନେ ବାତାବରଣକୁ ଅଶାନ୍ତ କରୁଛନ୍ତି । ବିଜେଡ଼ି ୨୪ବର୍ଷ ସରକାର ଭିତରେ ଜଣେ ମୁଖ୍ୟମନ୍ତ୍ରୀ ଥିଲେ । କଂଗ୍ରେସ ୪୦ ବର୍ଷ ସରକାରରେ ଥିଲା । 


କାହିଁକି ସେମାନେ ଏବେ ଯାଏଁ ମହିଳା ସୁରକ୍ଷା ପାଇଁ ଇକୋ ସିଷ୍ଟମ ତିଆରି କରିନଥିଲେ ? ଦୋଷାରୋପଣ ରାଜନୀତି ଚାଲିଛି । ବିରୋଧୀ ନିଜ ଅସ୍ତିତ୍ଵ ରକ୍ଷା ପାଇଁ ଏହି ସବୁ କାର୍ଯ୍ୟକ୍ରମ କରୁଛନ୍ତି । ସେମାନେ ନିଜ ଆତ୍ମସମୀକ୍ଷା କରି ରାଜରାସ୍ତାକୁ ଓହ୍ଲାଇଥିଲେ ଭଲ ହୋଇଥାନ୍ତା । ମହିଳା ମାନଙ୍କୁ ନିଜ ସମୟରେ ସେମାନେ କେତେ ନ୍ୟାୟ ଦେଇଛନ୍ତି, ଆମେ ଜାଣିଛୁ । କେବଳ ପ୍ରାସଙ୍ଗିକ ରହିବା ପାଇଁ ଏବଂ ନ୍ୟୁଜରେ ରହିବା ପାଇଁ ଏଭଳି କରୁଛନ୍ତି କଂଗ୍ରେସ ଏବଂ ବିଜେଡ଼ି । 

ଏହାସହ ବିରୋଧୀଙ୍କ ଆନ୍ଦୋଳନକୁ ସମସ୍ତେ ନାପସନ୍ଦ କରୁଛନ୍ତି । ସୋସିଆଲ ମିଡ଼ିଆ ପୋଷ୍ଟ ଦେଖାଇ ବିରୋଧୀଙ୍କୁ ଘେରିଲେ ଅପରାଜିତା । କିପରି ଭାବେ ବିଜେଡ଼ି ଓ କଂଗ୍ରେସ କର୍ମୀ ମାନେ ପୀଡ଼ିତା ଝିଅଙ୍କୁ ଅତ୍ୟାଚାର କରୁଥିଲେ । ଏଭଳି ସମୟରେ ବିରୋଧୀଙ୍କ ବ୍ୟବହାରକୁ ଲୋକ ନିନ୍ଦା କରୁଛନ୍ତି । ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡୁଛନ୍ତି ।ବିଜେଡ଼ି ଏବଂ କଂଗ୍ରେସ ଯଦି ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିଥାନ୍ତେ, ତେବେ କେବେ ବି ଏଭଳି ଘଟଣା ଘଟିନଥାନ୍ତା ।

ନାଁ ନ ନେଇ ଅଳକା ଲାମ୍ବାଙ୍କୁ ଟାର୍ଗେଟ କଲେ ଅପରାଜିତା । ଜଣେ ମହିଳା ନେତ୍ରୀ ବାତାବରଣକୁ ଆଶାନ୍ତ କରିବା ପାଇଁ ଦିଲ୍ଲୀରୁ ଆସିଲେ । ମହିଳା ସୁରକ୍ଷା ଉପରେ କହିବା ପାଇଁ କଂଗ୍ରେସ ଏବଂ ବିଜେଡ଼ିର ନୈତିକ ଅଧିକାର ନାହିଁ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.