ମୁମ୍ଵାଇ ୧୭।୦୭; ହ୍ରିତିକ ରୋଶନ ଓ ଜୁନିୟର ଏନ୍ଟିଆର୍ଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ୱାର୍-୨’। ବର୍ତ୍ତମାନ ଏହି ଫିଲ୍ମର ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି । ଏଥିରେ ହ୍ରିତିକ, କିଆରା ଆଡ଼ଭାନି ଓ ଜୁନିୟର ଏନ୍ଟିଆର୍ଙ୍କୁ ଦମ୍ଦାର ଆକ୍ସନ୍ ଦେଖିବାକୁ ମିଳିଛି । ନିର୍ମାତାଙ୍କ ଦାବି, ‘ୱାର୍-୨’ ଏ ବର୍ଷର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ହେବ । ପୋଷ୍ଟର୍ରେ ହ୍ରିତିକ ଖଣ୍ଡା ସହିତ ଆକ୍ସନ୍ ମୋଡ୍ରେ ଅଛନ୍ତି । ଜୁନିୟର୍ ଏନ୍ଟିଆର୍ଙ୍କ ଭୟଙ୍କର ଲୁକ୍କୁ ଫ୍ୟାନ୍ ବେଶ୍ ପସନ୍ଦ କରୁଛନ୍ତି ।
The biggest showdown of the year loading... 💥 #30DaysToWar2#War2 only in theatres from 14th August. Releasing in Hindi, Telugu and Tamil.@iHrithik | @tarak9999 | @advani_kiara | #AyanMukerji #YRFSpyUniverse pic.twitter.com/m6BsxjaehG
— Yash Raj Films (@yrf) July 16, 2025
ଏତିକି ହି ନୁହେଁ କିଆରା ମଧ୍ୟ ବନ୍ଧୁକ ସହିତ ହଟ୍କେ ଅନ୍ଦାଜ୍ରେ ନଜର ଆସିଛନ୍ତି । ପୋଷ୍ଟର୍ ରିଲିଜ୍ ସହିତ ଫିଲ୍ମକୁ ନେଇ କାଉଣ୍ଟ୍ଡାଉନ୍ ଆରମ୍ଭ ହୋଇଛି। ଏ ସପ୍ତାହ ଶେଷ ସୁଦ୍ଧା ଫିଲ୍ମର ଟ୍ରେଲର୍ ଲଞ୍ଚ୍ ହେବ ବୋଲି ଅନୁମାନ କରାଯାଉଛି । ଜୁନିୟର ଏନ୍ଟିଆର୍ ‘ୱାର୍-୨’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।
ଆସନ୍ତା ଅଗଷ୍ଟ ୧୪ ତାରିଖରେ ଏହା ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିବ । ଏହା ୟଶରାଜ ଫିଲ୍ମସ୍ ସ୍ପାଇ ୟୁନିଭର୍ସର ପ୍ରୋଜେକ୍ଟ, ଯେଉଁଥିରେ ‘ଏକ୍ ଥା ଟାଇଗର’, ‘ୱାର୍’ ଓ ‘ପଠାନ୍’ ଭଳି ଫିଲ୍ମ ନିର୍ମିତ ହୋଇଛି । ‘ୱାର୍’ର ନିର୍ଦ୍ଦେଶନା ଦେଇଥିଲେ ସିଦ୍ଧାର୍ଥ ଆନନ୍ଦ । ସିକ୍ୱେଲର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଆୟାନ ମୁଖାର୍ଜୀ । ଫିଲ୍ମରେ ଋତ୍ୱିକ ମେଜର୍ କବୀର ଧାଲୀୱାଲ ଭୂମିକାରେ ପୁଣି ଥରେ ପରଦାକୁ ଫେରିବେ ।