କୋରାପୁଟରେ ହଇଚଇ, ପଢେଇଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ

NEWS7
people-gherowed-range-office-in-athamallick

ବୋରିଗୁମ୍ମା: କୋରାପୁଟର ବୋରିଗୁମ୍ମା ବ୍ଲକ ପଢେଇଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ। ନିଖୋଜ ୩ ଜଣ ଛାତ୍ରୀ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ଖ୍ରୀଷ୍ଟମାସ ଛୁଟିରେ ଘରକୁ ଯାଇଥିଲେ ଛାତ୍ରୀ । ଶୁକ୍ରବାର ଅପରାର୍ହ୍ନ ୩.୩୦ ମିନିଟିରେ ସେମାନଙ୍କ ଅଭିଭାବକ ଛାତ୍ରୀଙ୍କୁ ବିଦ୍ୟାଳୟରେ ଛାଡି ଯାଇଥିଲେ।

ଅପରାହ୍ନ ୪ଟା ବେଳେ ବିଦ୍ୟାଳୟରୁ ଏହି ତିନି ଛାତ୍ରୀ ନିଖୋଜ ଥିବା ନେଇ ବିଦ୍ୟାଳୟ ପକ୍ଷରୁ ପରିବାରକୁ ଖବର ଦିଆ ଯାଇଥିଲା। ଖବର ପାଇଁ ତିନି ଛାତ୍ରୀଙ୍କ ଅଭିଭାବକ ବୋରିଗୁମ୍ମା ଥାନାରେ ଏକ ନିଖୋଜ ମାମଲା ଦାୟର କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ବିଦ୍ୟାଳୟରେ ପହଞ୍ଚି ଛାନଭିନ କରିଛି।

ନିଖୋଜ ତିନି ଛାତ୍ରୀ ଜୟପୁର ବ୍ଲକ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଅଭିଭାବକ ସ୍କୁଲରେ ଛାଡ଼ିବାର ମାତ୍ର ଅଧଘଣ୍ଟା ପରେ ୩ ଛାତ୍ରୀ କିଭଳି ନିଖୋଜ ହୋଇଗଲେ ତାକୁ ନେଇ ଚର୍ଚ୍ଚା । ତେବେ ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏନେଇ ଜଣାଇଥିଲେ କି ନାହିଁ ? ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଛାତ୍ରୀଙ୍କ ଆସିବା କଥା ଜାଣିଥିଲେ କି ନାହିଁ ? ଏସବୁ ଦିଗ ଉପରେ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।