କୋରାପୁର : ଏଠି ଜୀବନ ଚାଲି ଯାଇଛି, କିନ୍ତୁ ମୃତ୍ୟୁ ପରେ ବି ସରୁନି ଦୁଃଖ । ମଶାଣି ଯିବାକୁ କରିବାକୁ ପଡ଼ୁଛି ସଂଘର୍ଷ। ରାସ୍ତା ନଥିବାରୁ ମୁରାନ ନଦୀରେ ଜୀବନକୁ ବିପଦରେ ପକେଇ କାନ୍ଧରେ କୋକେଇ ଧରି ନଦୀ ପାର କରୁଛନ୍ତି ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆ ଗୁଡା ପଞ୍ଚାୟତ ବଗେଇ ପଦର ଗାଁରେ।
ଏହି ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଶବ ସତ୍କାର ପାଇଁ ମଶାଣି ନେବା ବେଳେ ବାଟ ଓଗାଳିଛି ମୁରାନ ନଦୀ। ଜୀବନକୁ ବାଜିରେ ଲଗାଇ ଛାତି ପାଣିରେ ପରିବାର ସହ ଗ୍ରାମବାସୀ ଭରା ନଇରେ ଜୀବନକୁ ବାଜି ଲଗାଇ କୋକେଇରେ ଶବ ଧରି ମଶାଣି ନେଉଥିବା ଦେଖିବାକୁ ମିଳିଛି। ମୁରାନ ନଦୀରେ ପୋଲ ନଥିବାରୁ ଏଭଳି ଘଟଣା ଦିନେ କି ଦୁଇଦିନର ନୁହେଁ ବର୍ଷ ବର୍ଷ ଧରି ଏଭଳି ଦୁର୍ଦ୍ଦଶା ଭୋଗୁଥିବା ଗ୍ରାମବାସୀ କହିଛନ୍ତି। ତେବେ ଏହାର ସମାଧାନ ହେବା ନିହାତି ଜରୁରୀ। ନହେଲେ ବଞ୍ଚିଥିବା ସମୟରେ ତ ଯାହା, କିନ୍ତୁ ମୃତ୍ୟୁ ପରେ ଗ୍ରାମବାସୀଙ୍କ ସଂଘର୍ଷ କନମିବନି।