ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଲା, ୫୦୦ ମିଟର ଯାଏଁ ଘୋଷାଡ଼ି ନେଲା

NEWS7
peo-smitarani-death-case-rangasala-guest-house-seal

ଦିଗପହଣ୍ଡି ୧୪।୧୨: ଭୟଙ୍କର ସଡ଼କ ଦୁର୍ଘଟଣା । ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଲା ହାଇୱା ଟ୍ରକ୍ । ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ୫ ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପୀତାମ୍ବରପୁର ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପୀତାମ୍ବରପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଧଳା ରଙ୍ଗର କାର୍‌କୁ ଧକ୍କା ଦେଲା ହାଇୱା ଟ୍ରକ୍ । ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା କାର୍ କୌଣସି କାରଣରୁ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ପଛପଟୁ ଆସି ଧକ୍କା ଦେଲା ହାଇୱା ଟ୍ରକ୍ । ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଲା ହାଇୱା ଟ୍ରକ୍ । କାର୍‌ରେ ୫ ଜଣ ବସିଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ​​​​​​​