ସୁରକ୍ଷା ବ୍ୟବସ୍ଥା ଢ଼ିଲା ! ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ, ଅଟକାଇଲା ପୋଲିସ

NEWS7
payal-rohatgi-sangram-singh-wedding-rituals-started-with-a-feast-with-orphaned-children-hundreds-of-animal

ଭୁବନେଶ୍ବର ୭।୧: ପୁଣି ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ । ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ମନ୍ଦିରରେ ପଶିଗଲେ ଜାପାନୀ ପର୍ଯ୍ୟଟକ । ଓଡ଼ିଆ ଲୋକଙ୍କ ସାହାଯ୍ୟରେ ପ୍ରବେଶ କଲେ ଜାପାନୀ ପର୍ଯ୍ୟଟକ । ଅଣହିନ୍ଦୁ ପ୍ରବେଶ ପରେ ସେବାୟତ ମହଲରେ ଅସନ୍ତୋଷ । ମନ୍ଦିରକୁ ନେଇଥିବା ଦୁଇ ଓଡ଼ିଆ ଲୋକ ଅଟକ । ମନ୍ଦିର ପ୍ରଶାସନ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନାଯୋଗ୍ୟ ଯେ, ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପୁଣି ପ୍ରବେଶ କଲେ ଜଣେ ଅଣହିନ୍ଦୁ । ଜଣେ ଜାପାନୀ ପର୍ଯ୍ୟଟକ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପ୍ରବେଶ କରିଥିବା ସୂଚନା ମିଳିଛି । ତେବେ ଜାପାନୀ ପର୍ଯ୍ୟଟକ ଜଣଙ୍କ ଦୁଇ ଜଣ ଓଡ଼ିଆ ଲୋକଙ୍କ ସହାୟତାରେ ମନ୍ଦିର ଭିତରେ ପ୍ରବେଶ କରିଥିବା ଜଣାପଡିଛି । ଜାପାନୀ ପର୍ଯ୍ୟଟକ ଜଣଙ୍କ ମନ୍ଦିରରେ ପ୍ରବେଶ ଜଣେ ସେବାୟତଙ୍କ ହାତରେ ଧରାପଡିଥିଲେ । ବିଦେଶୀ ପର୍ଯ୍ୟଟକଙ୍କୁ ପୋଲିସ ଅଟକ ରଖିଛି । ତାଙ୍କ ସହ ଦୁଇ ଜଣ ଓଡ଼ିଆଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ସୂଚନ ରହିଛି । ତେବେ କେଉଁ ଉଦ୍ଦେଶ୍ୟ ରଖି ମନ୍ଦିର ଭିତରକୁ ଜାପାନୀ ପର୍ଯ୍ୟଟଙ୍କୁ ପ୍ରବେଶ କରାଉଥିଲେ ତାକୁ ନେଇ ଛାନଭିନ ଚଳାଇଛି ପୋଲିସ ।

ତେବେ ଜାପାନୀ ପର୍ଯ୍ୟଟକଙ୍କୁ ପଚରାଉଚରା ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ । ପୂର୍ବରୁ ମଧ୍ୟ ଅନେକ ଥର ମନ୍ଦିରରେ ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଥିବା ନଜିର ରହିଛି ।