LIVE TV

ପୋଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ନେଇ ତନାଘନା : ଦୁଇ କାର୍ପଟଦାରଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର

NEWS7
patient-registration-and-medicine-distribution-center-inaugurated-at-khurda-medical

ଭୁବନେଶ୍ବର ୩୧୦: ପୋଲିସ ଏସ୍‌ଆଇ ପରୀକ୍ଷା ଦୁର୍ନୀତି ନେଇ ତନାଘନା ଜୋର ଧରିଛି । ଏହି ଘଟଣାରେ ୧୧୭ ଜଣଙ୍କୁ ଗିରଫ କରାଯାଇଛି । ଏବେ ଗୋଟିଏ ପରେ ଗୋଟିଏ ଖିଅ ମିଳିବାରେ ଲାଗିଛି । ୭ ଜଣଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ସେହିପରି ଏହି ପରୀକ୍ଷା ପରିଚାଳନା ପାଇଁ କାହାକୁ ଦାୟିତ୍ବ ଦିଆଯାଇଥିଲା ଏବଂ ସେହି ସଂସ୍ଥା କାହାକୁ ଦାୟିତ୍ବ ଦେଇଥିଲେ ସେ ଚେନ୍‌କୁ ମଧ୍ୟ ଖୋଜା ଚାଲିଛି । ଏ ଭିତରେ ଦୁଇ କାର୍ପଟଦାରଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଜଣେ ହେଉଛି ଶଙ୍କର ପୃଷ୍ଟି ଆଉ ଜଣେ ହେଉଛି ମୁନା ମହାନ୍ତି ।

ଶଙ୍କର ପୃଷ୍ଟି ଏବଂ ମୁନା ମହାନ୍ତି ଏହି ଦୁଇ ନାଁକୁ ନେଇ ଚହଳ ପଡ଼ିଛି । ଏମାନେ କିଏ । ଏସଆଇ ପରୀକ୍ଷାରେ ଏମାନେ କାର୍ପଟଦାର ବୋଲି ଚର୍ଚ୍ଚା ହେଉଛି ।  ଶଙ୍କରପୃଷ୍ଟି ହେଉଛି ପଞ୍ଚସଫ୍ଟ ଟେକ୍‌ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟ । ପଞ୍ଚସଫ୍ଟ ହେଉଛି ସେହି ସଂସ୍ଥା ଯିଏ ଏହି ପରୀକ୍ଷା ପରିଚାଳନା କରିଥାନ୍ତା । ତେବେ ଏସଆଇ ପରୀକ୍ଷା ଆୟୋଜନ ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ କରିଆସୁଥିଲା । କିଛି ବର୍ଷ ପୂର୍ବେ ଏହି ଦାୟିତ୍ବ ଦିଆଗଲା ଓଡ଼ିଶା ପୋଲିସ ରିକ୍ର୍ୟୁଟମେଣ୍ଟ ବୋର୍ଡ ବା ଓପିଆରବି । ୯୩୩ ଏସଆଇ ନିଯୁକ୍ତି ପାଇଁ  ଓପିଆରବି ନିଜେ ପରୀକ୍ଷା ପରିଚାଳନା ନ କରି ଏହାକୁ ଆଉଟ ସୋର୍ସ କରିଥିଲା । ଓପିଆରବି ଏହି ଦାୟିତ୍ବ ଦେଇଥିଲା ଓଡ଼ିଶା ଟେଲିଫୋନ ଇଣ୍ଡଷ୍ଟ୍ରିଜ ଲିମିଟେଡ ସଂସ୍ଥାକୁ । ଆଇଟିଆଇ ବି କୁଆଡ଼େ ରିଚ୍ମାଇଣ୍ଡ ସଂସ୍ଥାକୁ ଏଥିରେ ସାମିଲ କରିଥିଲା ।  ହେଲେ ମାର୍ଚ୍ଚ ୭ରେ ଏହି ପରୀକ୍ଷା ହେବାର ଥିଲା କିନ୍ତୁ ୨୪ ଘଣ୍ଟା ପୂର୍ବରୁ ପରୀକ୍ଷାକୁ ସ୍ଥଗିତ ରଖାଗଲା । କାରଣ କ’ଣ ଜଣାପଡ଼ିଲାନି । କିନ୍ତୁ ପରୀକ୍ଷା ପରିଚାଳନାରେ ସଂପୃକ୍ତ ଥିବା ରିଚ୍‌ମାଇଣ୍ଡ ବ୍ଲାକ୍‌ଲିଷ୍ଟ ହୋଇଥିଲା । ତେଣୁ ପୁରା ପ୍ରକ୍ରିୟାରେ ଏଣ୍ଟ୍ରି ମାରିଥିଲା  ସିଲିକନ ଟେକ୍‌ ଲାବ୍‌ ଲିମିଟେଡ ନାମକ ଆଇଟି ଫାର୍ମ । ସିଲିକନ ସେହି ଦାୟିତ୍ବ ଦେଲା ପଞ୍ଚସଫ୍ଟ ଟେକ୍‌ ଲିମିଟେଡକୁ । ତେଣୁ ପରୀକ୍ଷା ପରିଚାଳନା ତ୍ରୁଟି ପାଇଁ ଏବେ ସିଲିକନର ମାଲିକଙ୍କୁ ପଚରାଉଚରା କରାଯାଇଛି । ସେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି । ସେପଟେ  ପଞ୍ଚସଫ୍ଟ ଟେକ୍‌ର ମୁଖ୍ୟ ଶଙ୍କର ପୃଷ୍ଟିକୁ ଖୋଜା ଚାଲିଛି । 

ଗିରଫ ହୋଇଥିଲା ୧୧୭ ଜଣଙ୍କୁ ମଧ୍ୟ ପଚରା ଉଚରା କରାଯାଉଛି । ଏବେ ତ ଏହି ତାଲିକା ଚାରିଆଡ଼େ ବୁଲୁଥିବାର ଚର୍ଚ୍ଚା ହେଉଛି । ଯେଉଁ ୧୧୭ ଜଣ ଗିରଫ ହୋଇଛନ୍ତି ସେମାନଙ୍କ ମଧ୍ୟରେ ୧୧୪ ଜଣ ଅଛନ୍ତି ପରୀକ୍ଷାର୍ଥୀ ଏବଂ ୩ ଜଣ ଦଲାଲ । ଏମାନଙ୍କୁ ଏକାଠି କରିଥିବା ବ୍ୟକ୍ତିର ନାଁ ମୁନା ମହାନ୍ତି ।  ଏ ମୁନା ମହାନ୍ତି ଏବଂ ଆଉ କିଛି ବ୍ୟକ୍ତି ପରୀକ୍ଷାର୍ଥୀଙ୍କୁ ଫୋନ କରି ବସ୍‌ରେ ନେବା ପାଇଁ କୁଆଡ଼େ ବ୍ୟବସ୍ଥା କରିଥିଲେ । ଆନ୍ଧ୍ରପ୍ରଦେଶରେ ଏହି ପିଲାମାନଙ୍କୁ ପ୍ରଶ୍ନପତ୍ର ସହିତ ଉତ୍ତର ଦିଆଯାଇଥାନ୍ତା । ସେହିଠାରେ ଡିଲ୍‌ ହୋଇଥାନ୍ତା । ତେଣୁ ମୁନ୍ନା ମହାନ୍ତିର ଶଙ୍କର ପୃଷ୍ଟି ସହିତ ସଂପର୍କ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ସେପଟେ ବ୍ରହ୍ମପୁର ଜେଲ୍‌ ସାମ୍ନାରେ ଟହଲ ମାରୁଛନ୍ତି କିଛି ଅଭିଭାବକ । କରିବେ ବା କ’ଣ ? ପିଲା ପୋଲିସ ହେବାକୁ ଟଙ୍କା ନେଇଥିଲା ହେଲେ ଏବେ ଜେଲ୍‌ରେ ପଶିଛି । ଚାହିଁଲେ ବି ଦେଖା ମିଳୁନି ।  ଅଭିଭାବକ ମାନେ ମୁହଁ ଖୋଲିବାକୁ ନାରାଜ । କିନ୍ତୁ ବୁଲେଇ ବଙ୍କେଇ କହୁଛନ୍ତି ଯେ ଯେଉଁ ଦଲାଲ ଡାକିଥିଲା ସେ କୁଆଡ଼େ ଅରିଜିନାଲ ସାର୍ଟିଫିକେଟ ନେଇଯାଇଛି ।