Live Live
LIVE

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗ ସ୍ପର୍ଶ କରିବା ‘ଯୌନ ନିର୍ଯାତନା’ ସହ ସମାନ

NEWS7
patient-facing-problem-in-bargarh-hospital

ଭୁବନେଶ୍ୱର ୦୮।୦୩ : ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ଯୌନ ନିର୍ଯାତନା ସହ ସମାନ । ଯଦିଓ ଏଥିରେ ଚର୍ମକୁ ଚର୍ମ ସ୍ପର୍ଶ ହୋଇନି ତଥାପି ଏହାକୁ ଯୌନ ନିର୍ଯାତନା ଆଇନର ଅନ୍ତର୍ଭୁକ୍ତ କରାଯିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ନିମ୍ନ ଅଦାଲତଙ୍କ ଦ୍ୱାରା ୩ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ ହୋଇଥିବା ଆସାମୀ ଅବିନାଶ ଦିଗଲ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି।

ଏ ଖବର ବି ପଢନ୍ତୁ:- ସବୁ ସୀମା ପାର୍ କରିଛନ୍ତି ମମତା ସରକାର, ରାଷ୍ଟ୍ରପତିଙ୍କ ସହ ଘଟିଥିବା ଘଟଣା ଲଜ୍ଜାଜନକ : ବର୍ଷିଲେ ପ୍ରଧାନମନ୍ତ୍ରୀ

ମାମଲାରୁ ଜଣାଯାଇଛି ଯେ, ଜଣେ ନାବାଳିକା ତାଙ୍କ ପରିବାର ଲୋକଙ୍କ ସହ ରାଇକିଆରୁ ବସ୍ ଯୋଗେ ଜି. ଉଦୟଗିରି ଯାଉଥିଲେ। ବସ୍ଟି ଷ୍ଟାଣ୍ଡରେ ଛିଡ଼ା ହୋଇଥିଲାବେଳେ ଡାହାଣ ପାଶ୍ୱର୍ରେ ବସିଥିବା ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଆସାମୀ ଅବିନାଶ ଦିଗଲ ସ୍ପର୍ଶ କରି ଦୌଡ଼ି ପଳାଇଥିଲା। ନାବାଳିକା ଚିତ୍କାର କରିବାରୁ ପାଖରେ ଥିବା ଲୋକମାନେ ଅବନାଶକୁ ଘେରି ଯାଇଥିଲେ। ସେ ଧକ୍କା ମାରି ଯଦିଓ ଚାଲିଯାଇଥିଲା କିନ୍ତୁ ଲୋକେ ପୁଲିସକୁ ଖବର ଦେବା ପରେ ତାକୁ ଗିରଫ କରାଯାଇଥିଲା। ଏହି ମାମଲାର ଶୁଣାଣି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ହୋଇଥିଲା। ଅଦାଲତ ମାମଲାର ଶୁଣାଣି କରି ଆସାମୀ ଅବିନାଶକୁ ୩ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ଆଦେଶକୁ ଚାଲେଞ୍ଜ୍ କରି ଅବିନାଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଏ ଖବର ବି ପଢନ୍ତୁ:-‘ସେମାନେ ବହୁତ ଖରାପ କାମ କରୁଛନ୍ତି…’: ରୁଷ ଇରାନକୁ ସାହାଯ୍ୟ କରିବା ପ୍ରଶ୍ନରେ ରାଗିଗଲେ ଟ୍ରମ୍ପ

ହାଇକୋର୍ଟ ମାମଲାର ରାୟ ପ୍ରକାଶ କରି ନିମ୍ନ ଅଦାଲତଙ୍କ ଆଦେଶକୁ କାଏମ୍ ରଖିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଚର୍ମକୁ ଚର୍ମ ସ୍ପର୍ଶ କଲେ ଏହା ବଳାତ୍କାର ବୋଲି ଧରାଯାଇଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଜଣେ ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ଯୌନ ନିର୍ଯାତନା ଅନ୍ତର୍ଭୁକ୍ତ ହେବ ନାହିଁ । ଚର୍ମକୁ ଚର୍ମ ସ୍ପର୍ଶ କରିବା କଥାକୁ ବ୍ୟାପକ ଅର୍ଥରେ କୁହାଯାଇଛି। ଏଥିରେ ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ବା ସ୍ପର୍ଶ କରିବା ଯୌନ ନିର୍ଯାତନା ଆଇନ ଭିତରେ ଆସିବ। ତେଣୁ ନିମ୍ନ ଅଦାଲତ ଆସାମୀକୁ ଯେଉଁ ଦଫାରେ ଦଣ୍ଡିତ କରିଛନ୍ତି ତାହା ଗ୍ରହଣୀୟ ବୋଲି ହାଇକୋର୍ଟ ମତ ଦେଇଛନ୍ତି।