ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଖଣ୍ଡନ କଲେ ମେଡିକାଲ କର୍ତ୍ତୃପକ୍ଷ

Published By : Prameya-News7 Bureau | July 02, 2025 IST

ଭଦ୍ରକ ୦୨।୦୭ : ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ । ଭଦ୍ରକ ସହର ମୋଟେଲ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଯାହାକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । 

ଖବର ଅନୁଯାୟୀ, ଭଦ୍ରକ ସହରର ମୋଟେଲ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ରୋଗୀଙ୍କ ମୃତ୍ୟୁ ପରେ ଘରୋଇ ମେଡିକାଲରେ ବିଳମ୍ବିତ ରାତି ଯାଏଁ ଉତ୍ତେଜନା ଦେଖାଦେଇଥିଲେ । ଏପିରିକି ଭଦ୍ରକ ସହରାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିଥିଲା । ଅନ୍ୟପଟେ ମୃତକଙ୍କ ସଂପର୍କୀୟ ଅଭିଯୋଗ ଅନୁଯାୟୀ, ମୃତ୍ୟୁ ନେଇ ଅଭିଯୋଗ ପାଇ କେତେକ ସ୍ଥାନୀୟ ଲୋକ ଧମକ ଚମକ ଦେଇଥିଲେ । ଏହାସହିତ ମେଡିକାଲ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.