୭୧ବର୍ଷ ବୟସରେ ପାସ୍ କଲେ CA ପରୀକ୍ଷା , ଅବସର ପରେ ମଧ୍ୟ କମି ନଥିଲା ଉତ୍ସାହ

Published By : Prameya-News7 Bureau | July 08, 2025 IST

ନୂଆଦିଲ୍ଲୀ : ରାଜସ୍ଥାନର ରାଜଧାନୀ ଜୟପୁରରେ ରହୁଥିବା ୭୧ବର୍ଷିୟ ତାରାଚନ୍ଦ ଅଗ୍ରୱାଲ ଯାହା କରି ଦେଖାଇଛନ୍ତି , ତାହା ସମସ୍ତଙ୍କୁ ପାଇଁ ସାଜିଛି ପ୍ରେରଣା। ଯେଉଁମାନେ ଭାବନ୍ତି ଯେ, ବୟସ ବଢିବା ସହ ସ୍ୱପ୍ନର ପିଛା କରିବା ଛାଡ଼ି ଦେବା ଉଚିତ୍‌, ସେମାନଙ୍କ ପାଇଁ ଏହା ଏକ ଉଦାହରଣ। SBIରୁ ଅବସର ନେଇଥିବା ତାରାଚନ୍ଦ ଜୀବନରେ ଏହି ପର୍ଯ୍ୟାୟରେ ସେହ କରିସ୍ମା କରି ଦେଖାଇଛନ୍ତି, ଯାହା ଆଜି ଯୁବପିଢି ମଧ୍ୟ ଭାବି ଡ଼ରି ଯା'ନ୍ତି – ସେ ଚାର୍ଡର୍ଡ ଆକାଉଣ୍ଟାଣ୍ଟ (ସିଏ)ର ପରୀକ୍ଷା ପାସ୍‌ କରି ସାରିଛନ୍ତି।

ଯେଉଁ ପରୀକ୍ଷାକୁ ଦେଶର ସବୁଠାରୁ କଷ୍ଟକର ଓ ବୃତ୍ତିଗତ ପରୀକ୍ଷା ମଧ୍ୟରୁ ଗୋଟିଏ ଭାବେ ବିବେଚନା କରାଯାଏ, ଏଥିରେ ତାରାଚନ୍ଦ ଅଗ୍ରୱାଲ ସଫଳତା ପାଇ ଏହା ସାବ୍ୟସ୍ତ କରି ଦେଇଛନ୍ତି ଯେ, ଯଦି ଦୃଢ ଇଚ୍ଛା ଶକ୍ତି ଥାଏ ଓ ମନରେ ଶିଖିବାର ଉତ୍ସାହ ଥାଏ, ତ କୌଣସି ବି ଲକ୍ଷ୍ୟ ଅସମ୍ଭବ ନୁହେଁ।  

SBIରୁ ଅବସର ନେବା ପରେ ଅଧିକାଂଶ ଲୋକ ଆରାମଦାୟକ ଜୀବନ ବାଛି ନିଅନ୍ତି । କିନ୍ତୁ ତାରାଚନ୍ଦ ଅଗ୍ରୱାଲ ନିଜ ପାଇଁ ଏକ ନୂଆ ଯାତ୍ରା ସ୍ଥିର କରିବାକୁ ନିଷ୍ପତ୍ତି ନେଲେ। ସେ କେବଳ ସିଏ ହେବାର ସ୍ୱପ୍ନ ଦେଖି ନଥିଲେ, ଏହାକୁ ପୂରଣ ମଧ୍ୟ କରି ଦେଖାଇ ଥିଲେ। ତାଙ୍କର କହିବା ହେଲା ଯେ, ବୟସ କେବଳ ଏକ ସଂଖ୍ୟା। ଯଦି ମନରେ ଉତ୍ସାହ ଥିବ ଏବଂ ନିଷ୍ଠା ଦୃଢ ଥିବ ତ ସଫଳତା ନିଶ୍ଚୟ ମିଳିବ। 

ଚାର୍ଟର୍ଡ ଆକାଉଣ୍ଟେନ୍ସିର ପରୀକ୍ଷା ଇଣ୍ଡିଆନ ଇନଷ୍ଟିଟ୍ୟୁଟ୍‌ ଅଫ୍‌ ଚାର୍ଟର୍ଡ ଆକାଉଣ୍ଟସ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ଦ୍ୱାରା କରାଯାଏ। ଏହାକୁ ପାସ୍‌ କରିବା ସହଜ ହୋଇ ନଥାଏ। ଏଥିରେ ସଫଳ ହେବା ପାଇଁ ଗଭୀର ମନୋନିବେଶ , ବର୍ଷ ବର୍ଷର କଠିନ ପରିଶ୍ରମ ଏବଂ ଆର୍ଥିକ କ୍ଷେତ୍ରରେ ଅପଡେଟ୍‌ ରହିବା ଉଚିତ୍। ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବତ ଯୁବତୀ ଏହି ପରୀକ୍ଷା ଦେଇଥାନ୍ତି , କିନ୍ତୁ ସଫଳ ସେହି ହୋଇଥାଏ , ଯିଏ ସମର୍ପଣ ସହ ପାଠପଢି ଥାଏ।

ତାରାଚନ୍ଦ ଅଗ୍ରୱାଲଙ୍କ ଏହି ସଫଳତା କେବଳ ଏକ ବ୍ୟକ୍ତିଗତ ବିଜୟ ନୁହେଁ , ବରଂ ଏହା ପ୍ରତି ବୟସର ଲୋକଙ୍କ ପାଇଁ ଏକ ଶିକ୍ଷା। ତାଙ୍କର ଏହି ନିଷ୍ପତ୍ତି ଏହି ଦେଖାଇ ଦେଇଛି ଯେ, ଶିଖିବାର କୌଣସି ବୟସ ନଥାଏ , ସିଏ ଭଳି କଠିନ କୋର୍ସକୁ ବୟସର ଏହି ପର୍ଯ୍ୟାୟରେ ପାସ୍‌ କରିବା ସହଜ ନଥିଲା,କିନ୍ତୁ ସେ ହାର୍‌ ମାନି ନଥିଲେ।

ତାରାଚନ୍ଦଙ୍କର ଏହି କାହାଣୀ ସେହି ଯୁବକଙ୍କ ପାଇଁ ଏକ କଡ଼ା ଜବାବ , ଯାହା ଥରେ ଦୁଇ ଥର ଅସଫଳ ହୋଇ ପଛକୁ ହଟି ଯା’ନ୍ତି। ସେ କହିଛନ୍ତି ଯେ , ସେ କେବଳ ଆଇସିଏଆଇ ଦ୍ୱାରା ଦିଆଯାଇ ଥିବା ଷ୍ଟଡି ମାଟେରିଆଲରେ ଫୋକସ କରି ଥିଲେ ଏବଂ ଅନୁଶାସିତ ଦିନଚର୍ଯ୍ୟା ସହ ପାଠ ପଢି ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.