କ୍ରିଶ୍ ୪ରେ ହ୍ରିତିକଙ୍କ ଟ୍ରିପଲ ରୋଲ, ଫିଲ୍ମରେ ପ୍ରିୟଙ୍କା, ପ୍ରୀତି, ରେଖା କରିବେ ଧମାଲ

Published By : Prameya-News7 Bureau | July 07, 2025 IST

ମୁମ୍ଵାଇ ୦୭।୦୭; ହ୍ରିତିକ୍ ରୋଶନ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ୱାର୍ ୨ ପାଇଁ  ବେଶ ଚର୍ଚ୍ଚାରେ । ଏହା YRF ସ୍ପାଏ ୟୁନିଭର୍ସର ପରବର୍ତ୍ତୀ ଫିଲ୍ମ ହେବାକୁ ଯାଉଛି। ଏହି ଫିଲ୍ମରେ ବେଶ ଆକ୍ସନ ଦେଖିବାକୁ ମିଳିବ। ୱାର୍ ୨ ପରେ, ପ୍ରଶଂସକମାନେ ମଧ୍ୟ ହ୍ରିତିକଙ୍କ ଆଗାମୀ ଫିଲ୍ମ କ୍ରିଶ୍ ୪ ପାଇଁ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କ ସହ ଆଉ ତିନି ଜଣ ହିରୋଇନ୍‌ ଏହି ହିଟ୍ ଫ୍ରାଞ୍ଚାଇଜର ପରବର୍ତ୍ତୀ ଭାଗରେ କମ୍‌ବ୍ୟାକ୍‌ କରିବେ । 

ସୂଚନା ଅନୁଯାୟୀ, ପ୍ରିୟଙ୍କାଙ୍କ ବ୍ୟତୀତ ପ୍ରୀତି ଜିଣ୍ଟା ଏବଂ ବିଟାଉନ୍‌ର ଏଭରଗ୍ରୀନ୍‌ ଅଭିନେତ୍ରୀ ରେଖା ମଧ୍ୟ କ୍ରିଶ୍ ୪ ରେ ନଜର ଆସିପାରନ୍ତି। ରିପୋର୍ଟ ଅନୁଯାୟୀ, ଏହି ମଲ୍ଟିଷ୍ଟାରର୍ ଫିଲ୍ମରେ ହ୍ରିତିକଙ୍କୁ ଟ୍ରିପଲ ରୋଲରେ ଦେଖିବାକୁ ମିଳିବ। ହେଲେ ସ୍କ୍ରିପ୍ଟ କିମ୍ବା କାହାଣୀ ସମ୍ପର୍କରେ କୌଣସି ବଡ଼ ଅପଡେଟ୍ ଆସିନାହିଁ, ଏହା ନିଶ୍ଚିତ ହୋଇଛି ଯେ ପରବର୍ତ୍ତୀ ଅଂଶ ପ୍ରଥମ ଥର ପାଇଁ ହ୍ରିତିକ୍ ରୋଶନ ନିଜେ ନିର୍ଦ୍ଦେଶନା ଦେବେ। ବର୍ତ୍ତମାନ, କ୍ରିଶ୍ ୪ ପାଇଁ ପ୍ରଡକ୍ସନ୍ କାମ YRF ଷ୍ଟୁଡିଓରେ ଚାଲିଛି। ଦମ୍‌ଦାର VFX ଟିମ୍‌ ଚଳଚ୍ଚିତ୍ରର ଭିଜୁଆଲାଇଜେସନ୍ ଉପରେ କାମ କରୁଛନ୍ତି।

ସ୍କ୍ରିପ୍ଟକୁ ଉନ୍ନତ କରିବା ପାଇଁ ହ୍ରିତିକ୍ ତାଙ୍କ ଲେଖକଙ୍କ ଟିମ୍‌ ଏବଂ ଆଦିତ୍ୟ ଚୋପ୍ରାଙ୍କ ସହିତ ମିଶି କାମ କରୁଛନ୍ତି। ଫିଲ୍ମଟି ୨୦୨୬ ପ୍ରାରମ୍ଭରେ  ରିଲିଜ ହୋଇପାରେ । କୋଇ ମିଲ୍ ଗୟା ରିଲିଜ୍ ହେବାର ୨୩ ବର୍ଷ ପରେ କ୍ରିଶ୍ ୪ରେ ମଧ୍ୟ ଯାଦୁ ଫେରିବ। ପୂର୍ବରୁ ଗୁଜବ ଥିଲା ଯେ ଚୀନ୍ ଗାୟକ-ରାପର୍ ଏବଂ ବିଶ୍ୱସ୍ତରୀୟ ସେନସେସନ୍ ଜ୍ୟାକସନ୍ ୱାଙ୍ଗ କ୍ରିଶ୍‌ ୪ର ଅଂଶ ହେବେ। ହେଲେ ଏପରି କଳ୍ପନାଜଳ୍ପନାକୁ କେବଳ ଗୁଜବ ବୋଲି କହି ଖାରଜ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.