ଚଣ୍ଡିଖୋଲ ୨।୪: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଠାରେ ଥିବା ଗୁରୁକୁଳ ପବ୍ଲିକ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ଗଣଧାରଣା । ସ୍କୁଲରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିରୁଦ୍ଧରେ ଅଭିଭାବକ ମାନେ ଗଣଧାରଣା ଦେଇଛନ୍ତି । ବିଶେଷ କରି ସ୍କୁଲରେ ଗୁଣାତ୍ମକ ଶିକ୍ଷାଦାନ, ତାଲିମ ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି, ସ୍କୁଲ ପକ୍ଷରୁ ବର୍ଦ୍ଧିତ ସ୍କୁଲ ଫି’ ହ୍ରାସ ପ୍ରତିବାଦରେ ଏହି ଗଣଧାରଣ ଦିଆଯାଉଛି ।
ଶିକ୍ଷା ବ୍ୟବସ୍ଥାକୁ ଘରୋଇ ବିଦ୍ୟାଳୟ ପକ୍ଷରୁ ବ୍ୟବସାୟରେ ପରିଣତ କରି ସାରିଲେଣି । ବାରମ୍ବାର ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ସତ୍ତ୍ବେ ସ୍କୁଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି । ଯେଉଁଥି ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ସ୍କୁଲ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଅଭିଭାବକ । ଏ ନେଇ ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
You Can Read:
ଭବିଷ୍ୟତରେ ପନିପରିବା ଏବଂ ଡାଲି ଜାତୀୟ ଚାଷରେ ବଳକା ରାଜ୍ୟ ହେବାକୁ ଯାଉଛି ଓଡ଼ିଶା : ଆଇନ ମନ୍ତ୍ରୀ