ମହାନଦୀର ବିଭିନ୍ନ କଷ୍ଟ ଆମେ ପାଇଛୁ, ଏହା ଖୁବଶୀଘ୍ର ଲାଘବ ହେବ

Published By : Prameya-News7 Bureau | July 25, 2025 IST

ଭୁବନେଶ୍ବର ୨୫।୭: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି, ଛତିଶଗଡ଼ରେ ଆମ ସରକାର । ରାଜ୍ୟରେ ଆମ ସରକାର ଅଛି । କେନ୍ଦ୍ରରେ ଆମ ସରକାର ଅଛି । ଆମେ ଏହା ଉପରେ ନଜର ରଖିଛୁ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆମ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ସରିଛି । ଏ ଭିତର ୨ଥର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଆମେ ମଧ୍ୟ ଇସ୍ତାହାରରେ ଲୋକଙ୍କୁ ଏ କଥା ଦେଇଛୁ । ମହାନଦୀର ବିଭିନ୍ନ କଷ୍ଟ ଆମେ ପାଇଛୁ । ଏହା ଖୁବଶୀଘ୍ର ଲାଘବ ହେବ । 

ବିରୋଧୀ ଦଳ ଯାହା କହିବ ଆମେ କ’ଣ ତାହା କରିବୁ ବୋଲି ମନ୍ତ୍ରୀ କହିଛନ୍ତି । ଏହା କ’ଣ ଗଣତନ୍ତ୍ରରେ ହୁଏ । ବିରୋଧୀ ଦଳର ଭୂମିକା ପରାମର୍ଶ ଦେବାର ଅଛି । ବିରୋଧୀ ଦଳ ସମସ୍ୟାର ସମାଧାନ କରିବାକୁ କହିବାର ଅଧିକାର ଅଛି । ଆମେ ୨୪ ବର୍ଷ ଦେଖିନୁ କି ବୋଲି ମନ୍ତ୍ରୀ କହିଛନ୍ତି । ସମୟ ପଡିଲେ ସରକାର ଡାକିବେ । ସରକାର ଅଣଦେଖା କାହାକୁ କରିବେ ନାହିଁ । ହେଲେ ସମୟ ଅନୁସାରେ ଡକାଯାଏ । ବିରୋଧୀ ଦଳ ବିଧାନସଭାରେ କୌଣସି ଉତ୍ତର ଶୁଣନ୍ତି ନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।


You Can Read:

ଏଣିକି ଜବ୍‌କାର୍ଡଧାରୀ କରିବେ e-KYC, ୩ ମାସ ଭିତରେ ନକଲେ କଟିବ କାର୍ଡ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.