ବିନିକା ୧୦।୬: ସୁବର୍ଣ୍ଣପୁର ଜିଲ୍ଲା ପଞ୍ଚାୟତ ପ୍ରତିନିଧିଙ୍କ ବିକ୍ଷୋଭ ପ୍ରଦର୍ଶନ । ପଞ୍ଚାୟତିରାଜ ନିୟମକୁ ଖିଲାପ କରୁଛନ୍ତି ନିର୍ବାଚିତ ଶାସକ ଦଳର ବିଧାୟକ ଓ ସାଂସଦ । ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ପ୍ରତିନିଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ନୂଆ ସରକାର ଆସିବା ପରେ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସରକାରୀ ଦଳର ପ୍ରରୋଚନରେ ଆକ୍ରୋଶମୂଳକ ଭାବେ ହଇରାଣ ହରକତ କରିବା ସହ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଉଥିବା ଅଭିଯୋଗ ହୋଇଛି । ବ୍ଲକ ଓ ପଞ୍ଚାୟତରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରିଛନ୍ତି ପଞ୍ଚାୟତ ପ୍ରତିନିଧି ସଂଘ । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ପଟାଭାଡି ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗ ମୁଖ୍ୟଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
You Can Read:
ଛତିଶଗଡ଼ ଧାନ ଓଡ଼ିଆରେ ବିକ୍ରି ଅଭିଯୋଗ, ଦୁଇଟି ଧାନ ବୋଝେଇ ଟ୍ରକ୍ ଅଟକାଇଲେ ଚାଷୀ