ଏହି ରାଶିର ବ୍ୟକ୍ତିଙ୍କୁ ମାନସିକ ଯନ୍ତ୍ରଣା ଅନୁଭବ କରିପାରନ୍ତି, ବାହାରକୁ ଗଲେ ସଫଳତା ମିଳିବ

NEWS7
pallavi-dey-passes-away

ମେଷ- ଆସନ୍ତାକାଲି ଯାତ୍ରା ପାଇଁ ଦିନଟି ବହୁତ ଶୁଭ। କୌଣସି କାର୍ଯ୍ୟ ପାଇଁ ବାହାରକୁ ଗଲେ ସଫଳତା ମିଳିବ ଏବଂ ଯାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ସୁଯୋଗ ପାଇବେ।

ବୃଷ- ଆପଣ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରିବେ ଏବଂ ଶତ୍ରୁରେ ବିଜୟ ଲାଭ କରିବେ। କର୍ମକ୍ଷେତ୍ରରେ ଆପଣଙ୍କର ଦକ୍ଷତା ପ୍ରତିପାଦିତ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରି ସଫଳ ହେବେ।

ମିଥୁନ- ଆପଣଙ୍କ ପାଇଁ ଘାତ ଚନ୍ଦ୍ର ରହିଛି, ତେଣୁ ସତର୍କ ରୁହନ୍ତୁ। କୌଣସି କଥାକୁ ନେଇ ଶତ୍ରୁ ବୃଦ୍ଧି ହୋଇପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ବିବାଦରୁ ଦୂରେଇ ରୁହନ୍ତୁ। ଶତ୍ରୁମାନଙ୍କ ପ୍ରତି ସଜାଗ ରହିବା ଜରୁରୀ।

କର୍କଟ- ମନରେ ଅସ୍ଥିରତା ଲାଗି ରହିପାରେ ଏବଂ କୌଣସି କାରଣକୁ ନେଇ ମାନସିକ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ବାଧା ପାଇବେ। ଧୈର୍ଯ୍ୟ ରଖନ୍ତୁ।

ସିଂହ- ଗୁରୁବାର ଆପଣଙ୍କ ପାଇଁ କର୍ମକ୍ଷେତ୍ରରେ ଉନ୍ନତିର ଦିନ। ଆପଣ ନିଜ କାର୍ଯ୍ୟରେ ସନ୍ତୋଷ ପାଇବେ ଏବଂ କର୍ମେ ଖୁସି ଅନୁଭବ କରିବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପ୍ରଶଂସିତ ହେବେ।

କନ୍ୟା- ଆସନ୍ତାକାଲି ବହୁତ ଦିନ ପରେ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ ଏବଂ ବନ୍ଧୁମିଳନର ଆନନ୍ଦ ପାଇବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ଦିନଟି ହସଖୁସିରେ କଟିବ।

ତୁଳା- ଆପଣଙ୍କ ପାଇଁ ଘାତବାର ରହିଛି। ଅଯଥା ଖର୍ଚ୍ଚ ଯୋଗୁଁ ବ୍ୟୟ ବୃଦ୍ଧି ହୋଇପାରେ, ତେଣୁ ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ବିଛା- ମନ କୌଣସି ଗୁପ୍ତ ଚିନ୍ତାରେ ଭାରାକ୍ରାନ୍ତ ରହିପାରେ, ଯାହା ଫଳରେ ମାନସିକ କ୍ଲେଶ ବଢ଼ିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଏକାଗ୍ରତା ରକ୍ଷା କରିବାକୁ ଚେଷ୍ଟା କରନ୍ତୁ।

ଧନୁ- ଆସନ୍ତାକାଲି ସାମାଜିକ ସ୍ତରରେ ଆପଣଙ୍କର ପତିଆରା ବଢ଼ିବ ଏବଂ ସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଆପଣଙ୍କର ନେତୃତ୍ୱକୁ ସମସ୍ତେ ଗ୍ରହଣ କରିବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସଫଳତା ପାଇବେ।

ମକର- ଗୁରୁବାର ଆପଣଙ୍କ ମନ ବହୁତ ଶାନ୍ତ ଓ ଖୁସି ରହିବ। ଚତୁର୍ପାଶ୍ୱର ପରିବେଶରେ ପ୍ରସନ୍ନତା ବଜାୟ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଉନ୍ନତି କରିବେ।

କୁମ୍ଭ- ଆପଣଙ୍କ ପାଇଁ ଘାତବାର ରହିଛି, କିନ୍ତୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିଜ ରାଶିରେ ଚନ୍ଦ୍ର ଥିବାରୁ ଆପଣ ଚିନ୍ତା ଶୂନ୍ୟ ରହିବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାରେ ମନୋନିବେଶ କରିବେ।

ମୀନ- ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ଆଶାଜନକ ସଫଳତା ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କୌଣସି ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ। ଆଜି ଆପଣଙ୍କ ପାଇଁ ଦିନଟି ଖୁବ୍ ଶୁଭ ଅଟେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682