ନୂଆଦିଲ୍ଲୀ: ହମାସ ବିରୋଧରେ ନିଜ ଦେଶରେ କୁହୁଳିଲା ନିଆଁ । ଆତଙ୍କବାଦୀ ସଂଗଠନକୁ ହଟାଇବାକୁ ମୋର୍ଚ୍ଚା ଖୋଲିଲେ ପାଲେଷ୍ଟାୟୀନ ନାଗରିକ । ହମାସ ଓ ଇସ୍ରାଏଲ ଯୁଦ୍ଧ ଭିତରେ ପ୍ରଥମ ଥର ପାଇଁ ଖୋଲାଖୋଲି ବିରୋଧ ପ୍ରଦର୍ଶନ ହୋଇଛି । ପାଲେଷ୍ଟାୟୀନବାସୀ ବିକ୍ଷୋଭ ରାଲି ବାହାର କରିବା ସହିତ ଗାଜା ଛାଡ଼ିବା ପାଇଁ ହମାସକୁ ଅଲ୍ଟିମେଟମ୍ ଦେଇଛନ୍ତି ।
ମଙ୍ଗଳବାର ଗାଜାରେ ଏହି ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟାରେ ଲୋକ ହମାସ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ରାଲିରେ ସ୍ଲୋଗାନ ଦେଇ କହିଛନ୍ତି, 'ନା ତାଙ୍କୁ ଯୁଦ୍ଧ ଦରକାର ନା ହମାସ' । ଦେଶରେ ଶାନ୍ତି ଫେରାଇ ଆଣିବାକୁ ଅପିଲ୍ କରିଛନ୍ତି ପ୍ରଦର୍ଶନକାରୀ । ଏନେଇ ଲୋକମାନେ ଶାନ୍ତିର ପ୍ରତୀକ ଧଳା ରଙ୍ଗର ପତାକା ଉଡ଼ାଇଛନ୍ତି । ଏହା ସହିତ ଆତଙ୍କବାଦୀ ସଂଗଠନ ହମାସକୁ ତୁରନ୍ତ ଦେଶ ଛାଡ଼ିବାକୁ ଅଲ୍ଟିମେଟମ୍ ଦେଇଛନ୍ତି । ଏହାର କିଛି ଭିଡିଓ କ୍ଲିପ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
Here’s another video from today’s anti-Hamas, anti-war protest in Gaza. People flooded the streets — the number of protesters was in the thousands. The message is loud and clear: they’ve had enough, down with Hamas. pic.twitter.com/weRwYiXEws
— Ihab Hassan (@IhabHassane) March 26, 2025
ସୂଚନା ଅନୁଯାୟୀ, ୨୦୨୩ ମସିହା ଅକ୍ଟୋବର ମାସରୁ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଅକ୍ଟୋବର ୭ ତାରିଖ ଦିନ ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଘନଘନ ବୋମା ମାଡ଼ରେ ଥରି ଉଠିଥିଲା ସୀମାନ୍ତ ଅଞ୍ଚଳ । ଏଥିରେ ୧୨୦୦ରୁ ଅଧିକ ଇସ୍ରାଇଲୀ ନାଗରିକଙ୍କ ମୃତ୍ୟୁ ହୋଇଛି । ସେହିପରି ଶତାଧିକ ଲୋକଙ୍କୁ ପଣବନ୍ଦୀ କରି ନେଇଥିଲା ଆତଙ୍କୀ ସଂଗଠନ । ଏହା ପରେ ଗାଜାରେ ରକ୍ତର ହୋଲି ଖେଳିଥିଲା ଇସ୍ରାଏଲ ସେନା । ଆଇଡିଏଫର ମିସାଇଲ୍ ମାଡ଼ରେ ଧ୍ବସ୍ତ ହୋଇଯାଇଛି ଗାଜା ସହର । ଜୀବନ ବଞ୍ଚାଇବାକୁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ପ୍ରାୟ ଦେଢ଼ ବର୍ଷ ଯୁଦ୍ଧ ଭିତରେ ପଚାଶ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏବେ ଦେଶକୁ ଶାନ୍ତି ଫେରାଇ ଆଣିବାକୁ ପାଲେଷ୍ଟାୟୀନବାସୀ ହମାସ ବିରୋଧରେ ଖୋଲାଖୋଲି ଭାବେ ପ୍ରଦର୍ଶନ କରିଛନ୍ତି । ଆତଙ୍କୀ ସଂଗଠନକୁ ଶୀଘ୍ର ଦେଶ ଛାଡ଼ିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।...