ନୂଆଦିଲ୍ଲୀ ୦୮/୦୫: ଏୟାରଷ୍ଟ୍ରାଇକରେ ଟଳିପଡ଼ିଲା ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ । ମସୁଦ ଅଜହରର ଭାଇ ଅବଦୁଲ ରୌଫ ଅଜହର ସଫା । କାନ୍ଦାହାର ହାଇଜାକ ଓ ସଂସଦ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ । ଭାରତର ଏୟାରଷ୍ଟ୍ରାଇକରେ ଅବଦୁଲ ରୌଫ ଅଜହର ଗମ୍ଭୀର ଭାବେ ଆହତ ହୋଇଥିଲା । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାର ମୃତ୍ୟୁ ହୋଇଛି ।
ସୂଚନା ଥାଉକି, ଅପରେସନ୍ ସିନ୍ଦୁର ଅଧୀନରେ ପାକିସ୍ତାନର ବାହାୱଲପୁରରେ ଥିବା ଜୈଶ-ଏ-ମହମ୍ମଦ ମୁଖ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକି କରିଥିଲା ଭାରତୀୟ ବାୟୁସେନା । ଏହି ଆକ୍ରମଣରେ ମାସୁଦ ଆଝାରର ୧୦ ପରିବାର ସଦସ୍ୟ ନିହତ ହୋଇଥିଲେ । କିଛି ରିପୋର୍ଟରେ ଆଝାର ଗୁରୁତର ଆହତ ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ ବୁଧବାର ତାଙ୍କୁ ଆତଙ୍କବାଦୀଙ୍କ ଶବଦାହରେ ପ୍ରାର୍ଥନା କରୁଥିବାର ଦେଖାଯାଇଥିଲା। ଏବେ ଖବର ଆସିଛି ଯେ ତାଙ୍କର ମୃତ୍ୟୁ ହୋଇଯାଇଛି।
Martyrs Bahawalpur: The list of martyrs has started coming. Maulana Masood Azhar's elder sister martyred along with her entire family. Maulana Kashf's entire family martyred and Mufti Abdul Rauf's grandson, the four children of the elder daughter martyred #IndiaPakistanWar pic.twitter.com/j2jWVRLIgq
— Muqeet Mehar (@MuqeetMehar9) May 7, 2025
ରୌଫ ଆଝାରଙ୍କ ମୃତ୍ୟୁକୁ ଆତଙ୍କବାଦ ପାଇଁ ଏକ ବଡ଼ ଆଘାତ ବୋଲି କୁହାଯାଇଛି । କାରଣ ସେ କାନ୍ଦାହାର IC-814 ହାଇଜ୍ୟାକ୍ ସମେତ ଭାରତରେ ଅନେକ ଆକ୍ରମଣ ପାଇଁ ଦାୟୀ ଥିଲା । କହିବାକୁ ଗଲେ ଅବଦୁଲ ପାକିସ୍ତାନରେ ନମାଜଃଏ-ଜନାଜା ଆୟୋଜନ କରିଥିଲା । ଅବଦୁଲ ରୌଫ ହେଉଛି ଜେଇଏମର ବରିଷ୍ଠ ସଦସ୍ୟ । ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ ଆଇସି-୮୧୪ କରିଥିଲା ଅପହରଣ ୨୦୦୧ ଭାରତୀୟ ସଂସଦ ଆକ୍ରମଣରେ ଥିଲା ମାଷ୍ଟରମାଇଣ୍ଡ । ୨୦୧୬ ପଠାନକୋଟ ଏୟାରଫୋର୍ସ ବେସ ଆକ୍ରମଣ ଭଳି ଆତଙ୍କବାଦୀ ଘଟଣାରେ ଜଡ଼ିତ ଥିଲା ।