ନୂଆଦିଲ୍ଲୀ: ଭାରତ ପକ୍ଷରୁ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନରେ ହାଇଆଲର୍ଟ। UNSCର ନେଲା ଶରଣ। ଯଦି ଭାରତ ସହିତ ଯୁଦ୍ଧ ହୁଏ, ପାକିସ୍ତାନ ତିଷ୍ଠି ରହିବ ମାତ୍ର ୪ ଦିନ। ଏହାର ପ୍ରମୁଖ କାରଣ ହେଉଛି ୟୁକ୍ରେନ। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ତାର ଯୁଦ୍ଧ ଭଣ୍ଡାରରୁ ବହୁ ପରିମାଣର ଗୋଳାବାରୁଦ ୟୁକ୍ରେନକୁ ବିକ୍ରି କରିଛି। ଏହି କାରଣରୁ ପାକିସ୍ତାନୀ ସେନାର ଗୁଳିଗୋଳା ବହୁତ ହ୍ରାସ ପାଇଛି। ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ପାଖରେ କେବଳ ଚାରି ଦିନ ପାଇଁ ଯୁଦ୍ଧ କରିବା ପାଇଁ ଅସ୍ତ୍ରଶସ୍ତ୍ର ଅଛି। ଏଥିରେ ୟୁକ୍ରେନକୁ ବିକ୍ରି ହୋଇଥିବା ଯୁଦ୍ଧାସ୍ତ୍ର ମଧ୍ୟରେ BM-21ସିଷ୍ଟମ ପାଇଁ 155 mm ସେଲ୍ କିମ୍ବା 122 mm ରକେଟ୍ ରହିଛି।
ପ୍ରତିରକ୍ଷା ବିଶେଷଜ୍ଞମାନେ କହିବା କଥା ହେଲା- ୟୁକ୍ରେନକୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ବିକ୍ରି କରିବା ଏବଂ ପାକିସ୍ତାନ ଅର୍ଡନାନ୍ସ ଫ୍ୟାକ୍ଟ୍ରି (ପିଓଏଫ)ର ଦୁର୍ବଳ ଉତ୍ପାଦନ କ୍ଷମତା ଯୋଗୁଁ ପାକିସ୍ତାନର ଏପରି ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନର ସାମରିକ ରଣନୀତି ମୁଖ୍ୟତଃ ତୋପ ଏବଂ ସଶସ୍ତ୍ର ଯାନ ଉପରେ ନିର୍ଭର କରେ। ପରିସ୍ଥିତିର ଗମ୍ଭୀରତାକୁ ବିଚାର କରି, ମେ ୨ ତାରିଖରେ ଅନୁଷ୍ଠିତ ସ୍ୱତନ୍ତ୍ର କର୍ପସ କମାଣ୍ଡର ସମ୍ମିଳନୀରେ ଏହି ପ୍ରସଙ୍ଗକୁ ପ୍ରମୁଖ ଭାବରେ ଉଠାଯାଇଥିଲା।
ପାକିସ୍ତାନର ସାମରିକ ରଣନୀତି ବହୁତ ପରିମାଣରେ ତୋପ ଏବଂ ସଶସ୍ତ୍ର ୟୁନିଟ୍ ଉପରେ ନିର୍ଭର କରେ। ଗୋଳାବାରୁଦର ଅଭାବ ଭାରତ ଭଳି ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବିରୁଦ୍ଧରେ ନିଜକୁ ରକ୍ଷା କରିବାର କ୍ଷମତା ଅଛି ତ? ଏହି ଭୟ ଏବେ ପାକିସ୍ତାନକୁ ଘାରିଛି।
ଗୁଇନ୍ଦା ରିପୋର୍ଟକୁ ଆଧାର କରି ଦାବି କରାଯାଇଛି ଯେ ସମ୍ଭାବ୍ୟ ଭାରତୀୟ ଆକ୍ରମଣର ଆଶଙ୍କା କରି ପାକିସ୍ତାନ ଭାରତ-ପାକିସ୍ତାନ ସୀମା ନିକଟରେ ଗୋଳାବାରୁଦ ଡିପୋ ନିର୍ମାଣ କରିଛି। ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା କହିଥିଲେ ଯେ ଦୀର୍ଘକାଳୀନ ସଂଘର୍ଷର ପରିସ୍ଥିତିରେ ଭାରତ ସହିତ ମୁକାବିଲା କରିବା ପାଇଁ ପାକିସ୍ତାନ ପାଖରେ ଗୋଳାବାରୁଦ ଏବଂ ଆର୍ଥିକ ଶକ୍ତିର ଅଭାବ ଅଛି। ପାକିସ୍ତାନ ସାମ୍ନାରେ ଥିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଏହାର ଦୁର୍ବଳ ଅର୍ଥନୀତି।
ଋଣର ପାହାଡ଼ରେ ଏବେ ପାକିସ୍ତାନ... ମୁଦ୍ରାସ୍ଫୀତି ଶୀର୍ଷରେ...। ବିଦେଶୀ ମୁଦ୍ରା ଭଣ୍ଡାର ବି ନିମ୍ନ ସ୍ତରରେ ଅଛି। ପରିସ୍ଥିତି ଏପରି ହୋଇଛି ଯେ ଇନ୍ଧନ ଅଭାବ ଯୋଗୁଁ ପାକିସ୍ତାନୀ ସେନାକୁ ରାସନ ହ୍ରାସ କରିବାକୁ ପଡୁଛି। ସାମରିକ ଅଭ୍ୟାସ ସ୍ଥଗିତ ରଖିବାକୁ ବାଧ୍ୟ କରାଯାଇଛି।
ସେପଟେ ପହଲଗାମରେ ଆତଙ୍କୀ ହମ୍ଲା ପରେ ପାକିସ୍ତାନ ଉପରେ ପ୍ରତିଶୋଧ ନେବାକୁ ଭାରତ ପ୍ରତିଶ୍ରୁତିବଦ୍ଧ। ଏହାରି ଭିତରେ କୂଟନୈତିକ ସ୍ତରରେ ବଡ଼ ପଦକ୍ଷେପ ନେଇଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଆତଙ୍କବାଦ ବିରୋଧରେ ବଜାଇଛନ୍ତି ବିଗୁଲ୍ । ପାକିସ୍ତାନ ହାଇ ଆଲର୍ଟ ମୋଡ୍ରେ ଅଛି।
ପହଲଗାମ ଆକ୍ରମଣ ପରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରିଥିଲା। ପାକିସ୍ତାନ ନାଗରିକଙ୍କ ଭିସା ବାତିଲ କରିବା ସହ ପାକିସ୍ତାନୀ ନାଗରିକ ନାଗରିକଙ୍କୁ ଦେଶ ଛାଡିବାକୁ କୁହାଯାଇଛି। ସେହିପରି ପାକିସ୍ତାନ ସହ ବାଣିଜ୍ୟିକ ଛିନ୍ନ କରିଛି ଭାରତ।