ଆତଙ୍କୀଙ୍କୁ ପୋଷୁଥିବା ପାକିସ୍ତାନକୁ ୧ ବିଲିୟନ ଡଲାର ଲୋନ୍ ଦେଲା IMF !

Published By : Prameya-News7 Bureau | May 10, 2025 IST

ନୂଆଦିଲ୍ଲୀ: ଆଇଏମଏଫ୍ ଶୁକ୍ରବାର ପାକିସ୍ତାନକୁ ୧ ବିଲିୟନ ଅମେରିକୀୟ ଡଲାରର କିସ୍ତି ଜାରି କରିବା ପାଇଁ ମଞ୍ଜୁରି ଦେଇଛି । ଏକ୍ସଟେଣ୍ଡେଡେଡ୍ ଫଣ୍ଡ ଫ୍ୟାସିଲିଟି ଅଧିନରେ ପାକିସ୍ତାନକୁ ଏହି କିସ୍ତି ମିଳିବ । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ସୂଚନା ଦେଇଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ଭାରତର ବିରୋଧ ସତ୍ତ୍ୱେ, IMF ଏକ ବିଲିୟନ ଡଲାରର ବର୍ଦ୍ଧିତ ଋଣକୁ ମଞ୍ଜୁରି କରିଛି । ସେ ଆହୁରି କରିଛି ଯେ ପାକିସ୍ତାନର ଆର୍ଥିକ ଅବସ୍ଥା ଉନ୍ନତ ହୋଇଛି ଏବଂ ଦେଶ ବିକାଶ ଆଡକୁ ଅଗ୍ରସର ହେଉଛି । ଭାରତ ଏକପାଖିଆ ଆକ୍ରମଣ ମାଧ୍ୟମରେ ଆମ ଦେଶର ବିକାଶରୁ ଧ୍ୟାନ ହଟାଇବାକୁ ଷଡ଼ଯନ୍ତ୍ର କରୁଛି ।

ଏହା ପୂର୍ବରୁ ଭାରତ ଆଇଏମ୍‌ଏଫ ଦ୍ୱାରା ପ୍ରସ୍ତାବିତ ୧.୩ ବିଲିୟନ ଡଲାର ବେଲ୍‌ଆଉଟ୍ ପ୍ୟାଜେକ ଉପରେ ମତଦାନରୁ ଓହରିଥିଲା । ଅର୍ଥ ବିନିଯୋଗରେ ଇସଲାମାବାଦର ଟ୍ରାକ୍ ରେକର୍ଡ ଖରାପ ଥିବା ଭାରତ କହିଥିଲା । ପାକିସ୍ତାନ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହିତ କରିଚାଲିଛି । ଯଦି ତାକୁ ଋଣ ଦିଆଯାଏ, ତେବେ ଆର୍ଥିକ ଏଜେନ୍ସି ଏବଂ ଋଣଦାତାଙ୍କ ପ୍ରତିଷ୍ଠା ମଧ୍ୟ ପ୍ରଭାବିତ ହୁଏ ବୋଲି ଭାରତ କହିଥିଲା। 

ଭାରତ ଏହା ମଧ୍ୟ କହିଛି ଯେ ପାକିସ୍ତାନ ୧୯୮୯ ମସିହାରୁ କ୍ରମାଗତ ଭାବରେ ଆଇଏମ୍‌ଏଫରୁ ପାଣ୍ଠି ପାଇ ଆସୁଛି । କିନ୍ତୁ ଏହାକୁ ସଠିକ୍ ଭାବରେ ବ୍ୟବହାର କରାଯାଉ ନାହିଁ । ଏହା ବ୍ୟତୀତ, ପାକିସ୍ତାନ ସେନାର ଅର୍ଥନୈତିକ ବ୍ୟାପାରରେ ଅତ୍ୟଧିକ ହସ୍ତକ୍ଷେପ ଅଛି । ଏହି କାରଣରୁ, ଉନ୍ନତି ପାଇଁ ଦିଆଯାଇଥିବା ଋଣର ଅପବ୍ୟବହାର ହେବାର ଆଶଙ୍କା ଅଧିକ ରହିଛି । 

ଭାରତ IMFକୁ ଏହା ମଧ୍ୟ କହିଛି ଯେ ପାକିସ୍ତାନ ଗତ ୩୫ ବର୍ଷ ମଧ୍ୟରେ ୨୮ ଥର IMF ଠାରୁ ସାହାଯ୍ୟ ନେଇଛି । ତାର ଏହି ଟ୍ରାକ୍ ରେକର୍ଡ ବହୁତ ଖରାପ । ଯଦି ପୂର୍ବରୁ ଦିଆଯାଇଥିବା ଋଣକୁ ସଠିକ୍ ଭାବରେ ବ୍ୟବହାର କରାଯାଇଥାନ୍ତା, ତେବେ ପାକିସ୍ତାନକୁ ବାରମ୍ବାର ସାହାଯ୍ୟର ଆବଶ୍ୟକତା ପଡ଼ିନଥାନ୍ତା । 

Also Read: ଟଙ୍କା ନେଇ ଟେରର ଫଣ୍ଡିଂ କରୁଛି ପାକିସ୍ତାନ, ତାକୁ ଆଉ ଋଣ ଦିଆନଯାଉ; IMF ବେଲଆଉଟ୍ ଭୋଟିଂରେ ସାମିଲ୍ ହେଲାନି ଭାରତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.