LIVE TV

ଆସିମ ମୁନିର ପୁଣି ଚଲେଇଲେ ନୂଆ ଚାଲ୍‌ , ଆରବ ସାଗରରେ ପୋର୍ଟ ତିଆରି କରିବାକୁ ଆମେରିକାକୁ ଦେଲେ ଅଫର

NEWS7
Pak asks Trump to develop port

ନୂଆଦିଲ୍ଲୀ : ପୁଣି ପାକିସ୍ତାନ ଖେଳିଲା ନୂଆ ଚାଲ। ପୁଣି କଲା ଆଉ ଏକ ପ୍ଲାନିଂ। ଆରବ ସାଗରରେ ନୂଆ ବନ୍ଦର ତିଆରି କରିବା ଓ ଏହାକୁ ପରିଚାଳନା କରିବାକୁ ଆମେରିକାକୁ ଦେଲା ପ୍ରସ୍ତାବ। ବ୍ରିଟିଶ ଖବରକାଗଜ ଫାଇନେନ୍ସିଆଲ ଟାଇମ୍ସ (ଏଫଟି)ର ଏକ ରିପୋର୍ଟ ମୁତାବିକ , ପାକିସ୍ତାନୀ ସେନା ପ୍ରମୁଖ ଫିଲ୍ଡ ମାର୍ଶଲ ଆସିମ ମୁନିରଙ୍କ ପରାମର୍ଶଦାତାମାନେ ଏହି ପ୍ରସ୍ତାବ ଆମେରିକୀୟ ଅଧିକାରୀଙ୍କୁ ଦେଇଛନ୍ତି।

ପ୍ରସ୍ତାବ ଅନୁସାରେ , ଆମେରିକୀୟ ନିବେଶକ ବଲୁଚିସ୍ତାନ ପ୍ରଦେଶର ପାସନି ସହରରେ ଏକ ପୋର୍ଟ ଟର୍ମିନାଲ ନିର୍ମାଣ କରିବେ ଏବଂ ଏହାକୁ ମଧ୍ୟ ସେ ପରିଚାଳନା କରିବେ, ଯାହାକି ପାକିସ୍ତାନର କ୍ରିଟିକଲ ମିନେରାଲ୍ସ ( ଗୁରୁତ୍ତ୍ୱପୂର୍ଣ୍ଣ ଖଣିଜ ) ପାଖରେ ପହଞ୍ଚିବା ସହଜ ହୋଇ ପାରିବ।

ରିପୋର୍ଟ ଅନୁସାରେ , ଏହି ଯୋଜନା ମୁନିରଙ୍କୁ ସେପ୍ଟେମ୍ୱର ଶେଷରେ ୱାଶିଂଟନରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ପୂର୍ବରୁ ଦେଖା ଯାଇଥିଲା। ଉକ୍ତ ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ସାମିଲ ଥିଲେ। ସେ କୃଷି, ପ୍ରଯୁକ୍ତିବିଦ୍ୟା, ଖଣି ଏବଂ ଶକ୍ତି କ୍ଷେତ୍ରରେ ଆମେରିକୀୟ ନିବେଶ ଚାହୁଁ ଥିଲେ

ଖବରକାଗଜ ନିଜ ସୂତ୍ରାନୁସାରେ ଲେଖିଛି ଯେ, ଏହି ପ୍ରସ୍ତାବର ଉଦ୍ଦେଶ୍ୟ କୌଣସି ବି ସାମରିକ ଗତିବିଧି ପାଇଁ ପୋର୍ଟର ବ୍ୟବହାର କରାଯିବ ନାହିଁ, ବରଂ ଏହା ଏକ ଆର୍ଥିକ ବିକାଶ ପ୍ରକଳ୍ପ ଭାବେ ଉପସ୍ଥାପିତ କରାଯାଇଛି,ଯେଉଁଥିରେ ବନ୍ଦର ଦ୍ୱାରା ପାକିସ୍ତାନର ପଶ୍ଚିମୀ ଖଣିଜ –ସମୃଦ୍ଧ ଅଞ୍ଚଳ ପର୍ଯ୍ୟନ୍ତ ରେଳ ନେଟୱର୍କ ବିକଶିତ କରିବାର ଯୋଜନା ସାମିଲ ଅଛି।

ରିପୋର୍ଟରେ କୁହାଯାଇଛି ଯେ, ଆମେରିକୀୟ ଅଧିକାରୀଙ୍କ ସହ ପ୍ରାରମ୍ଭିକ କଥାବାର୍ତ୍ତା ବେଳେ ପାକିସ୍ତାନ ପକ୍ଷରୁ ନିବେଶକଙ୍କୁ ଆକର୍ଷିକ କରିବା ଓ ଦୀର୍ଘକାଳିନ ପାର୍ଟନରସିପ୍‌ର କଥା କୁହାଯାଇଛି। ଏହି ପ୍ରସ୍ତାବକୁ ପାକିସ୍ତାନର ଆର୍ଥିକ କୂଟନୀତିର ନୂଆ ଦିଗ ଭାବେ ଦେଖା ଯାଉଛି, ବିଶେଷକରି ଏମିତି ସମୟରେ ଯେବେ ଚୀନର ବେଲ୍ଟ ଆଣ୍ଡ ରୋଡ୍‌ ପ୍ରକଳ୍ପ ଅନୁସାରେ ଗ୍ୱାଦର ପୋର୍ଟରେ ପ୍ରଭାବ ରହିଛି।

ଏହି ପ୍ରସ୍ତାବ ପାକିସ୍ତାନର ସେହି ରଣନୀତିର ଅଂଶ ଭାବେ ମନେକରା ଯାଉଛି, ଯାହା ଅନୁସାରେ ସେ ଆମେରିକା ସହ ଆର୍ଥିକ ଓ ନିବେଶ ସମ୍ୱନ୍ଧକୁ ପୁନର୍ଜୀବିତ କରିବାକୁ ଚାହେଁ। ବିଶ୍ଳେଷକଙ୍କ ବିଶ୍ୱାସ ଯେ, ବଲୁଚିସ୍ତାନରେ ଆମେରିକୀୟ ନିବେଶର ସମ୍ଭାବନା , ଚୀନର ପ୍ରଭାବକୁ ସନ୍ତୁଳିତ କରିବା ଓ ୱାଶିଂଟନ ସହ ସମ୍ୱନ୍ଧ ସୁଧାରିବା ଦିଗରେ ପାକିସ୍ତାନର ଏକ ବଡ଼ ପ୍ରୟାସ ସାବ୍ୟସ୍ତ ହୋଇପାରେ।