ସବୁ ବିଗାଡ଼ି ଦେଲା ଘନ କୁହୁଡ଼ି, ବଲ୍‌ଟିଏ ବି ପଡ଼ିଲାନି; IND vs SA ଚତୁର୍ଥ ଟି-୨୦ ମ୍ୟାଚ୍ ରଦ୍ଦ

NEWS7
pakistan-is-in-the-top-3-list-of-most-dangerous-countries

ଲକ୍ଷ୍ନୌ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳା ଯିବାର ଥିଲା। ମାତ୍ର ମଇଦାନରେ ଘନ କୁହୁଡ଼ି କାରଣରୁ ମ୍ୟାଚ୍ ଆରମ୍ଭ ହେବା ତ ଦୂରର କଥା ଟସ୍ ବି ପଡ଼ିଲା ନାହିଁ। ଶେଷରେ ମ୍ୟାଚ୍ ରଦ୍ଦ ଘୋଷଣା କରାଯାଇଛି। ଆଉ ଦର୍ଶକଙ୍କୁ ନିରାଶର ସହ ଫେରିବାକୁ ପଡ଼ିଛି। ଟସ୍ ସନ୍ଧ୍ୟା ୬ଟା ୩୦ରେ ପଡ଼ିବାର ଥିଲା। ଆଉ ମ୍ୟାଚ୍ ୭ଟାରେ ଆରମ୍ଭ ହେବାର ଥିଲା। ମାତ୍ର ଷ୍ଟାଡିୟମରେ ଘନ କୁହୁଡ଼ିର ଚାଦର ହଟିବାର ନାଁ ନେଇ ନ ଥିଲା। ମ୍ୟାଚ୍ ଅଧିକାରୀ ପୂରା ଉଦ୍ୟମ କରିଥିଲେ। ଛଅ ଥର ଟସ୍ ସମୟ ଘୁଞ୍ଚାଗଲା, ତଥାପି ମ୍ୟାଚ୍ ଖେଳା ଯାଇ ପାରିଲା ନାହିଁ।

News Updating...