ଇସଲାମାବାଦ : ପଡୋଶୀ ଦେଶ ପାକିସ୍ତାନର ଆର୍ଥିକ ଅବସ୍ଥା ଖରାପ, ଏହି ସତ୍ୟ ବିଶ୍ୱର କାହା ପାଖରେ ଲୁଚି ରହି ନାହିଁ। ଗୋଟିଏ ଦିନ ପୂର୍ବରୁ ପାକିସ୍ତାନର ଅର୍ଥନୈତିକ ସର୍ଭେକ୍ଷଣର ରିପୋର୍ଟରେ କୁହାଯାଇଛି ଯେ, ଦେଶ ଋଣର ପାହାଡ ତଳେ ଚାପି ହୋଇଛି। ପାକିସ୍ତାନର ଋଣ ୭୬୦୦୭ ବିଲିୟନ ପାକିସ୍ତାନୀ ଟଙ୍କା ହୋଇ ସାରିଛି, ଯାହା ନିଜର ଇତିହାସରେ ସର୍ବୋଚ୍ଚ ସ୍ତରରେ ରହିଛି। ଏବେ ପାକିସ୍ତାନ ନିଜର ପ୍ରତିରକ୍ଷା ବଜେଟ୍ ବଢାଇ ୨୦ ପ୍ରତିଶତ କରି ଦେଇଛି। ଅର୍ଥାତ୍ ପାକିସ୍ତାନ ଜନ କଲ୍ୟାଣକୁ ଛାଡ଼ି ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ରର କ୍ରୟ ଉପରେ ନିଜର ଅର୍ଥ ଖର୍ଚ୍ଚ କରିବ। ଯଦିଓ ସେଠାର ସାଧାରଣ ଜନତା ରୁଟି ଓ ପାଣି ପାଇଁ ଖୁବ୍ ସଂଘର୍ଷ କରୁଛନ୍ତି। ଏହି ନିଷ୍ପତ୍ତି ପାକ୍ ସେନା ପ୍ରମୁଖ ଫିଲ୍ଡ ମାର୍ଶଲ ଆସିମ୍ ମୁନିରଙ୍କର ସରକାର ଉପରେ ବଢୁଥିବା ଚାପ ମଧ୍ୟ ନଜର ଆସିଛି।
ପାକିସ୍ତାନର ଶହବାଜ ଶରିଫ ସରକାର ପ୍ରତିରକ୍ଷା ବଜେଟ୍ରେ ବୃଦ୍ଧିର ଏହି ନିଷ୍ପତ୍ତି ଗତ ମାସରେ ଭାରତ ସହ ହୋଇଥିବା ୪ ଦିନର ଘାତକ ସାମରିକ ସଂଘର୍ଷ ପରେ ନେଇଛି। ମଙ୍ଗଳବାର (୧୦ଜୁନ) ଉପସ୍ଥାପିତ କରାଯାଇ ଥିବା ବଜେଟ୍ରେ ଶହବାଜ ଶରିଫ ସରକାରର ଅର୍ଥମନ୍ତ୍ରୀ ଆର୍ଥିକ ବର୍ଷ ୨୦୨୫-୨୬ର ବଜେଟରେ ମୋଟ ଖର୍ଚ୍ଚରେ ୭ ପ୍ରତିଶତର ରିହାତି କରି ଏହାକୁ ୧୭.୫୭ ଟ୍ରିଲିୟନ ଟଙ୍କା ଅର୍ଥାତ୍ ୧୭,୫୭,୦୦୦କୋଟି ଟଙ୍କା (୬୨ ବିଲିୟନ ଡଲାର) କରି ଦେଇଛି।
କହି ରଖୁଛୁ କି, ଏହି ମାସରେ ଶେଷ ହେଉଥିବା ଆର୍ଥିକ ବର୍ଷରେ ପାକିସ୍ତାନର ମୋଟ ପ୍ରତିରକ୍ଷା ବଜେଟ୍ ୨.୧୨ ଟ୍ରିଲିୟନ ଟଙ୍କା ଅର୍ଥାତ୍ ୨,୧୨,୦୦୦ କୋଟି ଟଙ୍କା ଥିଲା, ଯେଉଁଥିରେ ଏବେ ୨୦ ପ୍ରତିଶତର ବୃଦ୍ଧି ହୋଇଛି। ପାକିସ୍ତାନୀ ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ୍ ସଂସଦରେ ନିଜର ବଜେଟ୍ ଭାଷଣ ବେଳେ କହିଛନ୍ତି ଯେ, ସରକାର ଗତ ବଜେଟ୍ରେ ଆବଣ୍ଟିତ ୨.୧୨ ଟ୍ରିଲିୟନ ଟଙ୍କାର ତୁଳନାରେ ପ୍ରତିରକ୍ଷା ବଜେଟ୍ ପାଇଁ ୨.୫୫ ଟ୍ରିଲିୟନ ଟଙ୍କା ଅର୍ଥାତ୍ ୨,୫୫,୦୦୦ କୋଟି ଟଙ୍କା ( ୯ ବିଲିୟନ ଡଲାର) ଆବଣ୍ଟିତ କରୁଛି। ଏହାସତ୍ତ୍ୱେ ପାକିସ୍ତାନର ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି ଏହି କ୍ଷେତ୍ରରେ ବହୁତ ପଛରେ ଅଛି। ଏସିଆନ ବିକାଶ ବ୍ୟାଙ୍କ୍ ଅନୁସାରେ, ୨୦୨୪ରେ ଦକ୍ଷିଣ ଏସୀୟ ଦେଶ ଗୁଡ଼ିକରେ ହାରାହାରି ପ୍ରତିରକ୍ଷାରେ ୫.୮ ପ୍ରତିଶତର ବୃଦ୍ଧି ହୋଇଛି ଏବଂ ୨୦୨୫ରେ ୬.୦ ପ୍ରତିଶତର ବୃଦ୍ଧି ହେବାର ଆଶା ରହିଛି।
ଏବେ କଥା ଭାରତ ସହ ତୁଳନା କରିବା। ପ୍ରତିରକ୍ଷା ବଜେଟ୍ ମାମଲାରେ ଭାରତ ପାକିସ୍ତାନ ଠାରୁ ବହୁତ ଆଗରେ। ଭାରତର ପ୍ରତିରକ୍ଷା ବଜେଟ୍ ପାକିସ୍ତାନର ପ୍ରତିରକ୍ଷା ବଜେଟ୍ ୯ ବିଲିୟନ ଡଲାରର ତୁଳନାରେ ପାଖାପାଖି ୯ଗୁଣା ଅଧିକ ଅଛି। ଆର୍ଥିକ ବର୍ଷ ୨୦୨୫ -୨୬ରେ ଭାରତ ନିଜର ପ୍ରତିରକ୍ଷା ବଜେଟ୍ରେ ୭୮.୭ ବିଲିୟନ ଡଲାର ଆବଣ୍ଟିତ କରିଛି, ଯାହା ଗତ ବର୍ଷ ତୁଳନାରେ ୯.୫ ପ୍ରତିଶତ ଅଧିକ , ଯେଉଁଥିରେ ପେନସନ ଓ ଉପକରଣ ପାଇଁ ନିର୍ଦ୍ଧାରିତ ୨୧ ଡଲାର ସାମିଲ ଅଛି।