News7 Logo

ଭାରତକୁ ପହଲଗାମ ଆକ୍ରମଣକାରୀର ନୂଆ ଧମକ୍, ଜାଣନ୍ତୁ କ’ଣ କହିଛି ସୈଫୁଲ୍ଲା?

NEWS7
Saifullaha

ନୂଆଦିଲ୍ଲୀ ୧୭।୯: ଗତ ଏପ୍ରିଲ ମାସରେ ପାକିସ୍ତାନୀ ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀର ପହଲଗାମରେ ୨୬ ନିର୍ଦ୍ଦୋଷ ଲୋକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାର ପରିଣାମ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଲାଗିଥିଲା। ଇତି ମଧ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତୌୟବାର ଉପମୁଖ୍ୟ ସୈଫୁଲ୍ଲାହ କସୁରୀ ପୁଣି ଥରେ ଭାରତକୁ ଧମକ ଦେଇଛି। ଏହି ଆତଙ୍କବାଦୀ ଧମକ ପରେ ଭାରତୀୟ ସୁରକ୍ଷା ଏଜେନ୍ସୀ ସତର୍କ ହୋଇଯାଇଛନ୍ତି।

ଲସ୍କର-ଏ-ତୌୟବା ଉପମୁଖ୍ୟ କହିଛି ଯେ ‘ଭାରତ ସରକାର ଧ୍ୟାନ ଦେଇ ଶୁଣନ୍ତୁ ଓ ତାଙ୍କର ଅତ୍ୟାଚାରୀ ସମାଜକୁ ଜଣାଇ ଦିଅନ୍ତୁ ସେହି ସମୟ ଆସି ଯାଇଛି, ଯେତେବେଳେ ଏହି ନିଦୀମାନେ ଆମର ହେବେ, ସେହି ବନ୍ଧ ବି ଆମର ହେବ ଓ ପୁରା ଜମ୍ମୁ-କାଶ୍ମୀର ଆମର ହେବ’। କସୁରୀ କହିଛି ଯେ ଆଜି ତୁମେ ଯାହା ବି ପଦକ୍ଷେପ ନେଉଛ ତାର ପରିଣାମ ତୁମକୁ ଭୋଗିବାକୁ ପଡିବ। ଆଜି ଯାହା ବି ହେଉଛି ତାର ପ୍ରତିଷୋଧ ନିଆଯିବ। ଇଟାର ଜବାବ ପଥରରେ ଦିଆଯିବ।

ଏହି ଧମକ ପରେ ଭାରତୀୟ ସୁରକ୍ଷା ଏଜେନ୍ସୀ ସତର୍କ ହୋଇଯାଇଛନ୍ତି ଓ ଏପରି ଆତଙ୍କବାଦ ଘଟଣା ରୋକିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ଉଲ୍ଲେଖଯୋଗ୍ୟ ଯେ ସୈଫୁଲ୍ଲାହ କସୁରୀ ପାକିସ୍ତାନ ପଞ୍ଜାବ ପ୍ରଦେଶର ବାସିନ୍ଦା ଓ ସେ ଲସ୍କର ଉପ ମୁଖ୍ୟ ଭାବେ କାମ କରୁଛି। ସେ ଆତଙ୍କବାଦୀ ହଫିଜ ସଇଦର ନିକଟତମ ବୋଲି କୁହାଯାଉଛି। ତା ବୟସ ପାଖାପାଖି ୪୦ରୁ ୪୫ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଥିବା ବେଳେ ସେ ଗତ ୨୦ରୁ ୨୫ ବର୍ଷ ହେଲା ଆତଙ୍କବାଦୀ ଗତିବିଦ୍ଧିରେ ସାମିଲ ରହିଛି। ସୈଫୁଲ୍ଲାହ ସମୟସମୟରେ ଭାରତ ବିରୋଧରେ ଜହର ଉଦଗାରୀ ଥାଏ। ସେ ପାକିସ୍ତାନୀ ସେନା ଓ ଆଇଏସଆଇ କାର୍ଯ୍ୟକ୍ରମମାନଙ୍କରେ ମଧ୍ୟ ସାମିଲ ହୁଏ। ସୈଫୁଲ୍ଲାହର ସୁରକ୍ଷା ବହୁତ କଡା ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆତଙ୍କବାଦୀ ସର୍ବଦା ତାକୁ ଘେରି ରହିଥାନ୍ତି।