‘Mission Ready, କୌଣସି ସମୟରେ, କୌଣସି ସ୍ଥାନରେ’; ଭାରତୀୟ ନୌସେନା ଦେଲା ବଡ଼ ସଙ୍କେତ

Published By : Prameya-News7 Bureau | April 26, 2025 IST

ନୂଆଦିଲ୍ଲୀ: ମିଶନ ରେଡି, କୌଣସି ସମୟରେ, କୌଣସି ସ୍ଥାନରେ । ଯୁଦ୍ଧ ପ୍ରସ୍ତୁତି ସଙ୍କେତ ଦେଲା ଭାରତୀୟ ନୌସେନା । ଇଣ୍ଡିଆନ୍ ନାଭିର ଏକ ପୋଷ୍ଟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ଲେଖାଯାଇଛି, Mission Ready, Anytime, Anywhere, Anyhow । ଗତ ମଙ୍ଗଳବାର ପହଲଗାମରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୨୬ଜଣ ନୀରିହ ପର୍ଯ୍ୟଟକଙ୍କ ଜୀବନ ଯାଇଛି । ଏହି ହମଲା ପରେ ଭାରତ ସରକାର ଆକ୍ସନ ମୁଡକୁ ଆସିଛନ୍ତି । ତିନି ସେନାକୁ ହାଇ-ଆଲର୍ଟରେ ରଖାଯାଇଛି । ଏହାରି ଭିତରେ ଭାରତୀୟ ନୌସେନାର ପୋଷ୍ଟ କିଛି ଭିନ୍ନ ଓ ବଡ଼ ସଙ୍କେତ ଦେଉଛି । 

ଉଦ୍ଦେଶ୍ୟ ସ୍ପଷ୍ଟ କଲା ନୌସେନା:

ନୌସେନା ନିଜ ସୋସିଆଲ୍ ମିଡିଓ ପୋଷ୍ଟରେ ଲେଖିଛି Power in unity; Presence with Purpose । ଏହା ସହିତ ଇଣ୍ଡିଆନ୍ ନାଭି କିଛି ଏପରି ଟ୍ୟାଗ୍ ଲାଇନ୍ ବ୍ୟବହାର କରିଛି, ଯେଉଁଥିରୁ ସ୍ପଷ୍ଟ ସଙ୍କେତ ଆସୁଛି କି ନୌସେନା ମିଶନ ପାଇଁ ପୂରା ପ୍ରସ୍ତୁତ । ନାଭି ନିଜ ଏକ୍ସ ହ୍ୟାଣ୍ଡଲରେ ଲେଖିଛି, Mission Ready, Anytime, Anywhere, Anyhow । ଏହାଛଡ଼ା ଇଣ୍ଡିଆନ୍ ଆର୍ମି ଓ ଏୟାରପୋର୍ସ ପକ୍ଷରୁ ମଧ୍ୟ ଏଭଳି କିଛି ପୋଷ୍ଟ ସାମ୍ନାକୁ ଆସିଛି । ତିନି ସେନାର ସୋସିଆଲ୍ ମିଡିଆ ପୋଷ୍ଟରୁ ଅନୁମାନ କରାଯାଉଛି, କିଛି ବଡ଼ ଆକ୍ସନ ହେବ । ସର୍ଜିକାଲ୍ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ପରେ ଏଥର ନୌ-ସେନା ଦ୍ବାରା କୌଣସି ଷ୍ଟ୍ରାଇକ୍ ହୋଇପାରେ ।

ବର୍ତ୍ତମାନ ସମୟରେ ଭାରତ ସରକାର ଓ ତିନି ସେନାର ମୁଖ୍ୟଙ୍କ ସହିତ ଲଗାତାର ବୈଠକ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ମିଟିଂ ହେଉଛି । ପାକିସ୍ତାନ ବିରୋଧରେ ବଡ଼ ଆକ୍ସନ ନେଇ ପିଏମ୍ ମୋଦି ସ୍ପଷ୍ଟ କରିସାରିଛନ୍ତି । ତେବେ କେବେ, କେଉଁଠି ଓ କେଉଁ ସମୟରେ କାର୍ଯ୍ୟାନୁଷ୍ଠାନ ହେବ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 


ଯୁଦ୍ଧରେ ନୌସେନାର ଭୂମିକା: 

କୌଣସି ଦେଶ ଯୁଦ୍ଧ ଲଢ଼ିଲେ ତା’ର ବଡ଼ ଶକ୍ତି ହେଇଛି ନୌସେନା । ଲଢ଼େଇ ସମୟରେ ନୌସେନା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସୂଚନା ଅନୁଯାୟୀ, ଯଦି ଭାରତୀୟ ନୌସେନା ଆରବ ସାଗରରେ ନିଜର ଯୁଦ୍ଧପୋତ ଗୁଡ଼ିକୁ ମୁତୟନ କରେ, ତେବେ ଏହି ସ୍ଥିତିରେ ପାକିସ୍ତନକୁ ବଡ଼ ଝଟକା ଲାଗିବ । ପୋଡ଼ଶୀ ଦେଶକୁ ସଠିକ୍ ସମୟରେ ଇନ୍ଧନ ମିଳିବ ନାହିଁ, ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ରପ୍ତାନୀ ବାଧିତ ହେବ । ପୂର୍ବରୁ କାର୍ଗିଲ୍ ଯୁଦ୍ଧ ବେଳେ ଏଭଳି କିଛି କରିକି ଦେଖାଇଛି ଭାରତୀୟ ନୌସେନା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.