Bhadrak : ମଜା ପାଲଟିଲା ସଜ୍ଜା , ଠିଆ ପୁଚି ଖେଳି ୭ଛାତ୍ରୀ ଅସୁସ୍ଥ

NEWS7
over-300-school-students-attend-ram-rahims-satsang-in-up-probe-ordered

ଭଦ୍ରକ : ପିଲାଦିନ କଥା ଭାବିଲେ ପୁଚି ଖେଳ କଥା ମନେ ପଡ଼ିଯାଏ। ପୁଚି ଖେଳରେ ଯେଉଁ ଖୁସି, ଯିଏ ଖେଳିଛି ସେ ଜାଣିଛି ତାର ମଜା। କିନ୍ତୁ ଏଠି ପୁଚି ଖେଳ ମଜା ନୁହେଁ ସଜ୍ଜାରେ ପରିଣତ ହୋଇଛି । ଠିଆ ପୁଚି ଖେଳିବା ବେଳେ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ତୁରନ୍ତ ଛାତ୍ରୀମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୁରୁଆ ଗୋବିନ୍ଦପୁର ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।

କୋରୁଆ ନୋଡାଲ ସ୍କୁଲରେ ଚାଲିଥିଲା ବାର୍ଷିକ ଖେଳ ପ୍ରତିଯୋଗିତା। ଏହି ଅବସରରେ ପୁଚି ଖେଳ ପ୍ରତିଯୋଗିତା ଚାଲିଥିଲା। ଏହି ଖେଳରେ ଅଂଶ ନେଇଥିଲେ ଅନେକ ଛାତ୍ରୀ। ଆଉ ଖେଳୁଥିବା ବେଳେ ଏକ ଅଘଟଣ ଘଟିଥିଲା। ପୁଚି ଖେଳୁ ଖେଳୁ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ଛାତ୍ରୀଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ଛାତ୍ରୀମାନଙ୍କ କ୍ଷେତ୍ରରେ ଏମିତି କେମିତି ହେଲା , ତାଙ୍କ ଅବସ୍ଥା ଏବେ କେମିତି ଅଛି ସେ ବିଷୟରେ କିଛି ସୂଚନା ନାହିଁ।