ଆମେରିକାକୁ ବାୟୁସେନା ଘାଟି ବ୍ୟବହାର ପାଇଁ ଦେବନି ଇଂଲଣ୍ଡ : ଇରାନ ପ୍ରସଙ୍ଗରେ ଟ୍ରମ୍ପଙ୍କୁ ବଡ ଝଟକା

NEWS7
other-person-on-ratha-alligations

ନୂଆଦିଲ୍ଲୀ, ୨୦/୦୨ : ଇରାନ ଉପରେ ଆକ୍ରମଣ ପାଇଁ ଅଣ୍ଟା ଭିଡିଲାଣି ଆମେରିକା । କେତେବେଳେ ବି ହୋଇପାରେ ଯୁଦ୍ଧ । ଘେରିଗଲେଣି ୟୁଏସ ଜାହାଜ । ଏସବୁ ଭିତରେ ଆମେରିକା ପାଇଁ ନୂଆ ଟେନସନ୍ ଭାବେ ଉଭା ହୋଇଛି ଇଂଲଣ୍ଡ । ଇରାନ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଲାଣି । ଏପରିକି ଆମେରିକାକୁ ନିଜର ରୟାଲ ଏୟାର ଫୋର୍ସ ବେସ ବ୍ୟବହାର କରିବାକୁ ମନା କରିଦେଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ।

ଦି ଟେଲିଗ୍ରାଫ୍ ର ରିପୋର୍ଟ ଅନୁସାରେ, ଟ୍ରମ୍ପ୍ ବ୍ରିଟେନର ଚାଗୋସ ଦ୍ୱୀପ ବୁଝାମଣାରୁ ଆମେରିକା ଓହରି ଯାଇଥିବା କହିଛନ୍ତି । କାରଣ ବ୍ରିଟେନ୍ ସରକାର ଇଂଲଣ୍ଡର ସାମରିକ ଘାଟିକୁ ଆମେରିକାର ବ୍ୟବହାର ନେଇ ଅରାଜି ଅଛନ୍ତି । ଏହାସହ ସେ ବ୍ରିଟେନକୁ ଚାଗୋସ ଦ୍ୱୀପକୁ ମରିସସକୁ ପ୍ରଦାନ ନକରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏହି ଦ୍ୱୀପରେ ଡିଏଗୋ ଗାର୍ସିଆ ନାମରେ ଏକ ବଡ ସୈନ୍ୟ କ୍ୟାମ୍ପ୍ ରହିଛି । ଏହାକୁ ମରିସସ ୯୯ ବର୍ଷ ପାଇଁ ଆମେରିକା ଏବେ ବ୍ରିଟେନକୁ ଲିଜ୍ ରେ ଦେଇଛି । ଏହାବଦଳରେ ଦୁଇ ଦେଶ ମରିସସକୁ ୩୫ ବିଲିୟନ ୟୁରୋ ପ୍ରଦାନ କରିବେ ।

ଆମେରିକା ପ୍ରତିରକ୍ଷା ଅଧିକାରୀଙ୍କ କହିବା କଥା ହେଲା, ଆମେରିକା ୨୦୦୩ରେ ଇରାକ ସହ ଲଢିଥିଲା । ଏହାପରେ ଡିଏଗୋ ଗାର୍ସିଆରେ ନିଜର ଦବଦବା ଜାହିର କରିଥିଲା । ଏବେ ଏଠାରେ ଇରାନ ଉପରେ ଆକ୍ରମଣ କରିବା ପାଇଁ ୟୁଏସ ସେନା ପ୍ରସ୍ତୁତ ଅଛି । ତେବେ ବ୍ରିଟେନ ସରକାର ଆମେରିକା ଏହି ସୈନ୍ୟ କ୍ୟାମ୍ପରୁ ଆକ୍ରମଣ କଲେ ଅନ୍ତରାଷ୍ଟ୍ରୀୟ ନିୟମ ଭାଙ୍ଗିବ ବୋଲି ଆଶଙ୍କା କରୁଛନ୍ତି ।

ବ୍ରିଟେନ ଆଶଙ୍କା କରୁଛି ଯେ, ୨୦୦୧ର ୟୁଏନ ଅଧ୍ୟାଦେଶ ଅନୁସାରେ ସେ ଆମେରିକାକୁ ନିଜ ସୈନ୍ୟ ବେସ୍ ବ୍ୟବହାର କରିବାକୁ ଦେଇପାରିବ ନାହିଁ । ଯଦି ଏପରି କରାଯାଏ ତାହାଲେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ବ୍ରିଟେନକୁ ଏକଘରିକିଆ କରାଯିବ । ତେବେ ବ୍ରିଟେନର ଆମେରିକାକୁ ସୈନ୍ୟ ବେସ ବ୍ୟବହାର ଅନୁମତି ନମିଳିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଆହୁରି ବଢିବ । ଫଳରେ ବ୍ରିଟେନ୍ ଉପରେ ମଧ୍ୟ ଟ୍ରମ୍ପ୍ ଉଚ୍ଚ ଟାରିଫ୍ ଲଗାଇପାରନ୍ତି ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।