ଇରାନ୍ ଉପରେ ଆକ୍ରମଣ କରିବ ଆମେରିକା, ହିଂସାକାଣ୍ଡକୁ ନେଇ ଧମକ ଦେଲେ ଟ୍ରମ୍ପ୍

NEWS7
other-person-on-ratha-alligations

ନ୍ୟୁୟର୍କ, ୦୯/୦୧: ଇରାନ ଅଶାନ୍ତ । ଦେଶ ସାରା ହିଂସା । ପୋଲିସର ଆକ୍ସନ୍ । ଦରଦାମ ବୃଦ୍ଧିଠୁ ଆରମ୍ଭ କରି ଆର୍ଥିକ ସ୍ଥିତି ନେଇ କୁହୁଳିଥିବା ହିଂସା ଏବେ ବ୍ୟାପକ ହେବାରେ ଲାଗିଲାଣି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ମଧ୍ୟ କଡା ପଦକ୍ଷେପ ନେଉଛି । ଏବେସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ୪୫ରୁ ଅଧିକ ନାଗରିକ ପ୍ରାଣ ହରାଇଲେଣି । ଯାହାକୁ ନେଇ ଟାର୍ଗେଟ୍ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଯଦି ଇରାନ ନୀରିହ ନାଗରିକଙ୍କ ବିରାଧରେ ଦମନଲୀଳା ବନ୍ଦ ନକରେ ତାହାଲେ ପରିଣାମ ଭୟଙ୍କର ହେବ ବୋଲି ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି ।

ଟ୍ରମ୍ପ୍ କହିଛନ୍ତି ଯେ, ଇରାନ ସରକାର ଲୋକଙ୍କୁ ମାରିବା ଆରମ୍ଭ କରିଦେଲେଣି । ଯଦି ଏହାକୁ ସେମାନେ ବନ୍ଦ ନକରନ୍ତି ତାହାଲେ ଆମେରିକା ଆକ୍ସନ୍ ନେବ । ଇରାନ ଉପରେ ଆକ୍ରମଣ କରାଯିବ । ଏକ ସାକ୍ଷାତକାରରେ ସେ ଏହା କହିଥିବା ସୂଚନା ମିଳିଛି ।

ସେ ଆହୁରି କହିଛନ୍ତି ଯେ, ସେ ନିଶ୍ଚିତ ନାହାଁନ୍ତି । ଘଟଣାରେ କାହାକୁ ନା କାହାକୁ ଦାୟୀ କରାଯିବା ଦରକାର । ଯଦି ଦମନଲୀଳା ଆଗକୁ ଜାରି ରହେ ତାହାଲେ ଇରାନ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡିବ । ଆମେରିକା ନାଗରିକଙ୍କ ସ୍ୱାଧିନତା ଉପରେ ଗୁରୁତ୍ୱ ଦେଇଥାଏ । ଇରାନରେ ଯାହା ଚାଲିଛି ତାହା ଲଜ୍ଜାଜନକ । ଇରାନ ଏକ ମହାନ ଦେଶ ହେଲେ ବି ସେଠାରେ ପରିସ୍ଥିତି ଏବେ ଠିକ୍ ନାହିଁ ।

ଟ୍ରମ୍ପଙ୍କ ଧମକ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଦେଶରେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ଅନେକ ସହରରେ ବିଦ୍ରୋହର ନିଆଁ ଜଳୁଛି । ମାନବାଧିକାର କର୍ମୀଙ୍କ କହିବାନୁସାରେ, ହିଂସାରେ ୪୫ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଛି । ଏଦିଗରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହେବା ଜରୁରୀ । ଏହାହେ ରେଜା ପହଲାଭିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କର କୌଣସି ଯୋଜନା ନାହିଁ । ତଥାପି ସେ ତାଙ୍କୁ ନଜରରେ ରଖିଛନ୍ତି । ରେଜା ଜଣେ ଭଲ ମଣିଷ ବୋଲି ଟ୍ରମ୍ପ୍ କହିଛନ୍ତି ।