OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ ଆକ୍ସନ, ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ

Published By : Prameya-News7 Bureau | August 03, 2025 IST

କଟକ ୦୩ /୦୮: OTET  ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବଡ ଆକ୍ସନ । ବନ୍ଧାହେଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମବ୍ରାଞ୍ଚ ସ୍କାନରରେ ଥିଲେ ନିହାର ରଞ୍ଜନ । ଗତ କିଛି ଦିନ ଧରି ନିହାରଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ହୋଇଥିଲା । ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଡାକି ୬ ଘଣ୍ଟା  ଧରି ଜେରା କରିଥିଲା । ପ୍ରଶ୍ନବାଣରେ ଘାଇଲା କରିଥିଲା । ଏହା ପରେ ରବିବାର ନିହାର ରଞ୍ଜନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । 

ପୂର୍ବରୁ ଏହି ମାମଲାରେ ଛାନ୍‌ଭିନ୍‌ କରି ୭ ଜଣଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ । ଜୁଲାଇ ୨୦ରେ OTET ପରୀକ୍ଷା ହେବାର ଥିଲା । କିନ୍ତୁ ୧୯ ତାରିଖରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ବିବାଦ ବଢିବା ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ତେବେ ନିହାରଙ୍କ ଲାପଟପ୍‌ରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ତନାଘନା । କ୍ରାଇମବ୍ରାଞ୍ଚର ସ୍କାନରକୁ ଆସିଥିଲେ ନିହାର । ଯାହାଙ୍କ ଉପରେ ପରୀକ୍ଷା ପରିଚାଳନାର ପୁରା ଦାୟିତ୍ବ ଥିଲା ସେ କେଳେଙ୍କାରୀ କରି ଗିରଫ ହେବା ସତରେ ଚିନ୍ତାଜନକ ।  

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.