ପ୍ରକାଶ ପାଇଲା ଓସିଏସ୍ ରେଜଲ୍ଟ, ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର

Published By : Prameya-News7 Bureau | October 19, 2024 IST

ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୨-୨୩ର ରେଜଲ୍ଟ ପ୍ରକାଶ କରିଛି ଓଡିଶା ଲୋକସେବା ଆୟୋଗ । ଶ୍ୱେତାଶ୍ରୀ ମହାପାତ୍ର ଓସିଏସ୍ ଟପ୍ପର ହୋଇଛନ୍ତି । ମୋଟ ୬୮୩ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ୪୨୫ ଜଣ ପୁଅ ଏବଂ ୨୫୮ ଜଣ ଝିଅ ନିଯୁକ୍ତି ପାଇବେ ।

ପ୍ରଥମ ୧୦ଟି ସ୍ଥାନ ମଧ୍ୟରେ ୫ ଜଣ ଝିଅ ଥିବା ବେଳେ ୫ ଜଣ ପୁଅ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପ୍ରବୀଣ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତି ରଞ୍ଜନ ପତି ଅଛନ୍ତି । ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପରଙ୍ଗମା, ପଞ୍ଚମରେ ଆଜାଦ୍ କୁମାର ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼ ଅଛନ୍ତି । ସେହିପରି ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଲ କୁମାର ମହାନ୍ତି ଏବଂ ଦଶମ ସ୍ଥାନରେ ଅମ୍ରିତା ସାହୁ ଅଛନ୍ତି । 

ଓସିଏସ୍ ମେନ୍ସ ପରୀକ୍ଷା ୨୦୨୪ ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ ହୋଇଥିଲା । ଫେବ୍ରୁଆରୀ ୨୫, ଫେବ୍ରୁଆରୀ ୨୬, ଫେବ୍ରୁଆରୀ ୨୮, ମାର୍ଚ୍ଚ ୧, ମାର୍ଚ୍ଚ ୩ରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ଆଶାୟୀଙ୍କ ସେପ୍ଟେମ୍ୱର ୧୦ରୁ ଅକ୍ଟୋବର ୭ ମଧ୍ୟରେ ପର୍ସନାଲିଟି ଟେଷ୍ଟ ହୋଇଥିଲା । ଓସିଏସରେ ସଫଳ ହୋଇଥିବା ଆଶାୟୀଙ୍କୁ ଓଡ଼ିଶା ପ୍ରଶାସନିକ ସେବାର ଗ୍ରୁପ-ଏ ଏବଂ ଗ୍ରୁପ-ବି ସେବାରେ ନିଯୁକ୍ତି ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.